www.samajalive.in
Friday, December 5, 2025
17.1 C
Bhubaneswar

ନଦୀ​ରେ ଫସି ମଇଁଷି ପଲଙ୍କ ମୃତାହତ ଘଟଣା; ବିଶେଷଜ୍ଞ ଦଳର ଅନୁଧ୍ୟାନ

କେନ୍ଦ୍ରାପଡ଼ା/ଆଳି: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମଦେଇ ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଯୋରରେ ଫସି ମୃତ୍ୟୁ ଘଟିଥିବା ମଇଁଷିଙ୍କ ବ୍ୟବଚ୍ଛେଦ ହୋଇଛି। ରବିବାର ୩୦ ମଇଁଷିଙ୍କ ମୃତଦେହ ମିଳିଥିବା ବେଳେ ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୪ରେ ପହଞ୍ଚିଛି। ମଇଁଷି ପଲରେ ୭୨ ଥିବା ବେଳେ ଅନ୍ୟ ୨୮ ମଇଁଷିଙ୍କ ପତ୍ତା ମିଳିପାରିନାହିଁ। ଏହି ଘଟଣାର ତଦନ୍ତ କରିବା ପାଇଁ ସୋମବାର ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡ. ହାଡ଼ିବନ୍ଧୁ ଭୋଇ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନର ଲ୍ୟାବ ବିଶେଷଜ୍ଞ ଡ. ରଘୁନାଥ ସିଂହ, ଲ୍ୟାବ ବିଶେଷଜ୍ଞ ଡ ଏସ୍‌‌ ପାର୍ଥସାରଥି, କେନ୍ଦ୍ରାପଡ଼ା ସିଡିଭିଓ (ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ) ଡ. ମନୋଜ ପଟ୍ଟନାୟକ, ବନ ବିଭାଗ ଅଧିକାରୀ ବିଜୟ ପାତ୍ର, ଆଳି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ବଦ୍ରିନାରାୟଣ ଚାନ୍ଦ, ଆଳି ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେମାନେ ୪ଟି ମଇଁଷିଙ୍କର ବ୍ୟବଚ୍ଛେଦ କରିବା ସହିତ ନମୁନା ସଂଗ୍ରହ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଶେଷଜ୍ଞ ଦଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ନଦୀରେ ଚିଙ୍ଗୁଡ଼ି ଧରିବା ପାଇଁ ବିଷ ପ୍ରୟୋଗ ଯୋଗୁଁ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ କୁମ୍ଭୀର ଆକ୍ରମଣ ଯୋଗୁଁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ମଇଁଷିପାଳକ ଅଭିଯୋଗ କରୁଛନ୍ତି। ତେବେ ମଇଁଷି ପଲକୁ କୁମ୍ଭୀର ଆକ୍ରମଣ କରିବା ଓ ଏହାଦ୍ୱାରା ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପ୍ରାଣ ହରାଇବାକୁ ସହଜରେ ବିଶ୍ୱାସ କରି ହେଉନାହିଁ। ସ୍ଥାନୀୟ ଲୋକେ କହିଛନ୍ତି କୁମ୍ଭୀର ମଇଁଷି ପଲକୁ ଆକ୍ରମଣ କଲେ ମଇଁଷି ପଲ ମଧ୍ୟ କୁମ୍ଭୀରକୁ ଆକ୍ରମଣ କରିବାର ଅନେକ ନଜିର ରହିଛି। ୭୨ ଟିକିଆ ମଇଁଷି ପଲକୁ କୁମ୍ଭୀର ଆକ୍ରମଣ କରିବାକୁ ସାହସ କରିବ ନାହିଁ। ତେଣୁ ଏତେ ସଂଖ୍ୟକ ମଇଁଷିଙ୍କ ମୃତ୍ୟୁର କାରଣ ଅନ୍ୟ କିଛି ଥାଇପାରେ। ଏହାର ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ସେହିପରି ଅନ୍ୟ କେତେକ ବ୍ୟକ୍ତି କହିଛନ୍ତି ନଦୀରେ ଚିଙ୍ଗୁଡ଼ି ଧରିବା ପାଇଁ ବେଳେବେଳେ ମାଫିଆମାନେ ନଦୀରେ ବିଷ ପକାଇଥାନ୍ତି। ଏବେ ନଦୀରେ ଅଧିକ ପାଣି ଥିବାରୁ ବିଷ ପକାଇ ମାଛ ଧରିବା ସମ୍ଭବ ନୁହେଁ। ଯଦି ବି ବିଷ ପ୍ରୟୋଗ ହୋଇଛି, ତାହାଲେ ମାଛ ଓ ଅନ୍ୟ ଜଳଜୀବ ମରି ଭାସିଥାନ୍ତେ। ତାହା ବି ହୋଇନାହିଁ।
ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ମନୋଜ ପଟ୍ଟନାୟକ କହିଛନ୍ତି ଏହି ଘଟଣା ଖବର ପାଇ ଭୁବନେଶ୍ୱରରୁ ଆସିଥିବା ଏକ ବିଶେଷଜ୍ଞ ଦଳ ସହ ଆମେ ଘଟଣା ସ୍ଥଳକୁ ଯାଇଥିଲୁ। ବିଶେଷଜ୍ଞ ଦଳ ୪ଟି ମୃତ ମଇଁଷିଙ୍କ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ସାଙ୍ଗରେ ନେଇଛନ୍ତି। ଏହାକୁ ଲ୍ୟାବରେ ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories