www.samajalive.in
Saturday, December 6, 2025
23.1 C
Bhubaneswar

ନକଲି ପୁଲିସ ଅଧିକାରୀ ଗିରଫ, ୫୦ ହଜାର ଟଙ୍କା ଜବତ

ଅନୁଗୋଳ: ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ନକଲି ପୁଲିସକୁ ସୋମବାର ଅସଲି ପୁଲିସ ଗିରଫ କରିଛି। ଗିରଫ ଯୁବକଠାରୁ ନଗଦ ୫୦ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଯୁବକ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରେଇ ଗାଁର ମଣ୍ଟୁ ସାହୁ । ଗିରଫ ମଣ୍ଟୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଣ୍ଟୁ ଜଣେ ଠିକାଦାରଙ୍କ ସୁପରଭାଇଜର ଭାବେ ଅନୁଗୋଳ ପଞ୍ଚମହଲାରେ କାମ କରନ୍ତି। ପଞ୍ଚମହଲା ଆଦିମାତ ନଗରଠାରେ ଥିବା ଠିକାଦାରଙ୍କ ଘରେ ରୁହନ୍ତି। ସେଠାରେ ଭଡ଼ାରେ ରହୁଥିବା ଖମାର ଥାନା ଅନ୍ତର୍ଗତ କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ ଙ୍କ ସମ୍ପର୍କରେ ସେ ଆସିଥିଲେ। ପୁଲିସ ଅଧିକାରୀର ପରିଚୟ ଦେଇ ବିରଞ୍ଚି ତାଙ୍କୁ ତାଳଚେର ଭୁବନେଶ୍ବରୀ କୋଇଲା ଖଣିରେ ଚାକିରି କରାଇଦେବେ କହି ପ୍ରଥମ କିସ୍ତିରେ ୨୪ ହଜାର ଟଙ୍କା ନେଇଥିଲେ। ମଣ୍ଟୁଙ୍କର ଚାକିରି ନହେବାରୁ ସୋମବାର ମଣ୍ଟୁ ଅନୁଗୋଳ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଓ ଜିଲା ପୁଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ଉକରି ବିରଞ୍ଚିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ବିରଞ୍ଚିଙ୍କଠାରୁ ପୁଲିସ ନଗଦ ୫୦ ହଜାର ଟଙ୍କା, ପୁଲିସ ପୋଷାକ, ଟୋପି, ବ୍ୟାଜ, ଆପିଏସ୍‌ ବ୍ୟାଜ, ଆଇକାର୍ଡ ଜବତ କରିଛି। ବିରଞ୍ଚିଙ୍କୁ ଆଜି ଅଦାଲତ ଚାଲାଣ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories