ନୂଆଦିଲ୍ଲୀ, ୨୪ା୧୧: ଭାରତୀୟ ରେଳର ସ୍ବଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ ‘କବଚ ୪.୦’ ସେପ୍ଟେମ୍ବର ୨୦୨୫ ସୁଦ୍ଧା ୬୫୪ କିଲୋମିଟର ରେଳମାର୍ଗରେ କାମ କରୁଛି। ରେଳ ମନ୍ତ୍ରଣାଳୟ ଏହି ସୂଚନା ଆରଟିଆଇ ଆବେଦନ ଜବାବରେ ଦେଇଛି। ମନ୍ତ୍ରଣାଳୟ କହିଛି କି କବଚ ପ୍ରଣାଳୀ ୧୫୫ ରେଳ ଷ୍ଟେସନ ଓ ୨୮୯୨ ଇଞ୍ଜିନ ଉପରେ ସ୍ଥାପନ ସରିଛି। ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଜଣାଇଛନ୍ତି କି ସାରା ଦେଶର ସମସ୍ତ ୧୮ ରେଳ ଜୋନରେ ବ୍ୟାପକ କାର୍ଯ୍ୟ ଚାଲିଛି ଏବଂ ଖୁବ ଶୀଘ୍ର ଅଧିକ କ୍ଷେତ୍ରକୁ ଏହି ପ୍ରଣାଳୀରେ ସ୍ଥାପନ କରିବାର କାମ ଆରମ୍ଭ ହୋଇଯିବ। କହିରଖୁଛୁ ଏହି ପ୍ରଣାଳୀକୁ ଦେଶରେ ହିଁ ଡିଜାଇନ୍, ବିକଶିତ ଏବଂ ପ୍ରସ୍ତୁତ କରାଯାଇଛି। ୨୦୧୬ରେ ଏହାର ପ୍ରଥମ ପରୀକ୍ଷଣ ଆରମ୍ଭ ହୋଇଥିଲା। କବଚ ଲୋକୋ ପାଇଲଟଙ୍କୁ ନିର୍ଦ୍ଧାରିତ ଗତି ସୀମା ଭିତରେ ଟ୍ରେନ୍ ଚଳାଇବାରେ ସାହାଯ୍ୟ କରିଥାଏ। ଯଦି ସେ ଏଭଳି କରିବାରେ ବିଫଳ ରୁହନ୍ତି ତେବେ ସ୍ବଚାଳିତ ରୂପେ ଏଥିରେ ବ୍ରେକ୍ ଲାଗିଥାଏ। ମନ୍ତ୍ରଣାଳୟ କହିଛି କି ୩୨୪ କିଲୋମିଟରର କୋଟା-ମଥୁରା ଖଣ୍ଡରେ ୩୦ ଜୁଲାଇ ୨୦୨୫ରେ ଏହି ପ୍ରଣାଳୀ ଚାଲି କରିଦିଆଯାଇଥିଲା। ଏହା ପରେ ୨୨୫ କିଲୋମିଟରର କୋଟା-ନାଗଦା ଖଣ୍ଡରେ ଏହି ପ୍ରଣାଳୀକୁ ୭ ଅକ୍ଟୋବର ୨୦୨୫ରେ ଚାଲୁ କରାଯାଇଥିଲା। ମନ୍ତ୍ରଣାଳୟ ଏହା ମଧଅୟ କହିଛି ଯେ କବଚ ୪.୦କୁ ପୂର୍ବ ରେଳର ୧୦୫ କିଲୋମିଟର ହାୱଡା-ବର୍ଦ୍ଧମାନ ଖଣ୍ଡରେ ମଧ୍ୟ ଚାଲୁ କରିଦିଆଯାଇଛି।
Popular Categories



