ଚଳନ୍ତା ଟ୍ରେନ୍ରୁ ଟିଟିଙ୍କୁ ଠେଲିଦେଲେ
ଭେଲୋର: ଟ୍ରେନ୍ରେ ଯାତ୍ରା ବେଳେ ପରିଚୟ ପତ୍ର ମାଗିବାରୁ ଜଣେ ଟିଟିଇଙ୍କୁ ଛଅ ଜଣ ଯାତ୍ରୀ ଚଳନ୍ତା ଟ୍ରେନ୍ରୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଟ୍ରେନ୍ର ଗତି ମନ୍ଥର ଥିବାରୁ ଟିଟିଇ ଅଳ୍ପକେ ବଞ୍ଚିଯାଇଛନ୍ତି। ତାଙ୍କୁ ରେଳ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ୟଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ରେ କଟପାଡି ଷ୍ଟେସନ୍ ନିକଟରେ ଘଟିଛି ଏହି ଦୁର୍ଘଟଣା। ରେଳବାଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଆନ୍ଧ୍ରପ୍ରଦେଶ ରେଳବାଇ ପୁଲିସକୁ ସୂଚନା ଦେଇଥିଲା। ସେମାନଙ୍କ ମଧ୍ୟରୁ ଜଣକୁ ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୫ଜଣ ସହଯୋଗୀ ଫେରାର ଅଛନ୍ତି।