www.samajalive.in
Monday, December 15, 2025
24.1 C
Bhubaneswar

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼; ବାଇକ ସହ ଟଙ୍କା ଲୁଟ୍

ଦାରିଙ୍ଗବାଡି : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ଓ ପର୍ତ୍ତମାହା ପଞ୍ଚାୟତ କୁମ୍ଭାରମୁଣ୍ଡା ନିକଟରେ ମଙ୍ଗଳବାର ଏକ ବଡ ଧରଣର ଲୁଟ୍‌ ହୋଇଛି। ଜଣେ ଫାଇନାନ୍ସ କର୍ମଚାରୀ ଋଣ ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଏହି ଲୁଟ୍‌ ହୋଇଛି। ଗୋଟିଏ ବାଇକ ସମେତ ନଗଦ ପ୍ରାୟ ୪୦ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଲୁଟ୍‌ର ଶିକାର କର୍ମଚାରୀ ହେଲେ ମିଥେଲ ଦିଗାଲ। ତାଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ଭୟଭୀତ କରିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ଆଘାତ କରି ଗୁରୁତର କରିଦେଇ ଲୁଟ୍‌ କରିଛନ୍ତି। ଗୁରୁତର ଅବସ୍ଥାରେ ମିଥେଲଙ୍କୁ ସ୍ଥାନୀୟ ଲୋକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପ୍ରକାଶ ଯେ, ମିଥେଲ ଏକ ବାଇକ ବାଇକରେ ସକାଳୁ ଦାରିଙ୍ଗବାଡି ଫାଇନାନ୍ସ କାର୍ଯ୍ୟାଳୟରୁ ବାହାରି କିରିକୁଟି ପଞ୍ଚାୟତର କୁମ୍ଭାରମୁଣ୍ଡା ଗ୍ରାମ ଦେଇ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ, କାଡିପାଙ୍ଗା ଅଞ୍ଚଳକୁ ଋଣ ବାବଦକୁ ଅର୍ଥ ସଂଗ୍ରହ ପାଇଁ ଯାଇଥିଲେ। କାମ ସାରି ମଧ୍ୟାହ୍ନରେ ଦାରିଙ୍ଗବାଡି ଫେରୁଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ମିଥେଲଙ୍କୁ ଅଟକାଇ ବନ୍ଧୁକ ଦେଖାଇବା ସହ ତାଙ୍କୁ ଗାଡିରେ ବସାଇ କିଛିବାଟ ନେଇଥିଲେ। ତେବେ ଜଙ୍ଗଲରେ କିଛି ଲୋକ ହଳଦୀ ଖୋଳୁଥିବା ଦେଖି ମିଥେଲ ବାଇକରୁ ଡେଇଁବା ପାଇଁ ଉଦ୍ୟମ କରିଥିଲେ। ଲୁଟେରାଙ୍କ ସହ ମିଥେଲ ବାଇକରୁ ଖସିପଡ଼ିଥିଲେ। ରାଗରେ ଦୁର୍ବୃତ୍ତମାନେ ମିଥେଲଙ୍କୁ ପ୍ରବଳ ପିଟିବା ସହ ବନ୍ଧୁକରେ ମୁଣ୍ଡକୁ ବାରମ୍ବାର ଆଘାତ ଦେଇଥିଲେ। ତେବେ ଘଟଣାସ୍ଥଳରୁ ସମସ୍ତ ଲୁଟେରା ଫେରାର ହୋଇଯାଇଥିବା ଆହତ ମିଥେଲ ପ୍ରକାଶ କରିଛନ୍ତି। ଏନେଇ ମିଥେଲ ଦାରିଙ୍ଗବାଡି ଥାନାରେ ଏତଲା ଦାୟର କରିଛନ୍ତି। ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories