କେନାଲକୁ ଟ୍ରାକ୍ଟର ଖସି ୧୫ ମୃତ

0

ହାଇଦରାବାଦ : ତେଲେଙ୍ଗାନାର ୟାଦାଦ୍ରି-ଭୁବନନଗରୀ ଜିଲାରେ ରବିବାର ଏକ ଟ୍ରାକ୍ଟର-ଡାଲା ସହ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡିବାରୁ ୧୪ ମହିଳାଙ୍କ ସମେତ ୧୫ ଜଣ ପ୍ରାଣ ହରାଇଛନ୍ତି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏସିପି ଏସ୍‍ ରମେଶଙ୍କ ସୂଚନା ଅନୁସାରେ ଲକ୍ଷ୍ମୀପୁରମ ଗ୍ରାମର ମୁସି ନଦୀ କେନାଲ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‍ ସହ ଦୁର୍ଘଟଣାରୁ ବର୍ତ୍ତିବାକୁ ଯାଇ ଟ୍ରାକ୍ଟରଟି ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଡାଲାରେ ବସିଥିବା ୧୪ ମହିଳାଙ୍କ ଏବଂ ଜଣେ ଶିଶୁର ମୃତ୍ୟୁ ଘଟିଛି। ଅନ୍ୟ ଗୁରୁତର ୭ ଜଣଙ୍କୁ ପୁଲିସ୍‍ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ ଟ୍ରାକ୍ଟର ଡାଲାରେ ୩୦ରୁ ଅଧିକ ଲୋକ ବସିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ନିକଟସ୍ଥ ଏକ ଗ୍ରାମର ଚାଷ ଜମିରେ ଧାନ ରୋଇବାକୁ ସେମାନେ ଯାଉଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଖଭୀର ଶୋକ ବ୍ୟକ୍ତ କରିବା ସହ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

kalyan agarbati
Leave A Reply