www.samajalive.in
Monday, December 15, 2025
24.1 C
Bhubaneswar

କୋଭିଡ କଟକଣା ହଟିବା ପରେ ଭୀମକୁଣ୍ଡରେ ପର୍ଯ୍ୟଟକଙ୍କ ଭିଡ ଜମିଲା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଘାଟବାଲିଯୋଡି ସ୍ଥିତ ପୂଣ୍ୟତୋୟା ବୈତରଣୀର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଗତ ୧୬ ତାରିଖରୁ କୋଭିଡ କଟକଣା ହଟିଯାଇଥିବା ବେଳେ ଆଜି ରବିବାର ଥିବାରୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ସମାଗମରେ କୋଳାହଳମୟ ହୋଇପଡିଥିଲା । କଟକ, ଜଗତସିଂହପୁର, କେନ୍ଦ୍ରାପଡା,ବାଲେଶ୍ବର,ନୟାଗଡ ଦେବଗଡ ଓ ଝାରସୁଗୁଡା ଅଞ୍ଚଳରୁ ବହୁ ବସ ଓ ଚାରି ଚକିଆ ଯାନରେ ଏଠାରେ ପର୍ଯ୍ୟଟକମାନେ ପହଞ୍ଚିବା ପରେ ପର୍ଯ୍ୟଟକ ସ୍ଥଳ ବୁଲି ଦେଖିବା ସହ ବଣଭୋଜିର ମଜା ଉଠାଇଛନ୍ତି । ଅଧିକାଂଶ ପର୍ଯ୍ୟଟକ ଘଟଗାଁରେ ତାରିଣୀ ଦର୍ଶନ କରିବା ପରେ ପାଟଣାରେ ବୈତରଣୀ ତଟ ପରମେଶ୍ଵର ମନ୍ଦିର ବୁଲିବା ସହ ଭୀମକୁଣ୍ଡରେ ପହଞ୍ଚିବା ପରେ ଭ୍ରମଣର ମଜା ଉଠାଇବା ସହ ପରିବାର ଓ ସାଙ୍ଗସାଥି ମାନଙ୍କ ସହ ଭୋଜିରେ ମିଳିତ ହୋଇଛନ୍ତି । ଯାନବାହାନର ପାର୍କିଂ ପାଇଁ ଭୀମକୁଣ୍ଡ ଉନ୍ନୟନ ସମିତି ପକ୍ଷରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories