www.samajalive.in
Sunday, December 7, 2025
16.1 C
Bhubaneswar

ପାଟଣାର ବିଭିନ୍ନ ସ୍ଥାନରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ପାଟଣା :  ଆଜି ସାରା ଦେଶରେ ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଉଛି। ଏହି ଅବସରରେ ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଟାଟା ଆସପାୟର ପକ୍ଷରୁ ଶିଶୁ କନ୍ୟା ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ମହାନ୍ତ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅନାଦି ସିଂ, ନାଏବ ସରପଞ୍ଚ ଦମୟନ୍ତୀ ମହାନ୍ତ , ଶିକ୍ଷୟିତ୍ରୀ ପ୍ରତିମା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ଓ ଶିଶୁକନ୍ୟା ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଟାଟା ଆସପାୟର ବ୍ଲକ ସଂଯୋଜକ ଘନଶ୍ୟାମ ସାମ୍ବାଡ, କ୍ଲଷ୍ଟର ସଂଯୋଜକ ଅମୀୟ ରଞ୍ଜନ ପଲେଇ ଓ ଜିପିସିଏମ ସାଗର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେହିପରି ପାଟଣା ବ୍ଲକ ଅନ୍ତର୍ଗତ ବଲାଣିପଶି ଲକ୍ଷ୍ମୀ ମଣ୍ଡପ ଠାରେ ଟାଟା ଆସପାୟାର ସଂଗଠନ ପକ୍ଷରୁ ରବିବାର ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ସମ୍ମାନୀତ ଅତିଥି ଭାବେ ନାଏବ ସରପଞ୍ଚ ଚମ୍ପାବତୀ ମହାନ୍ତ, ବବିତା ମହାନ୍ତ ପ୍ରମୁଖ ଯୋଗ ଦେଇ ଆଜିର ଶିଶୁକନ୍ୟା କାଲିର ନାରୀ ଓ ଜନନୀ ହୋଇ ଥିବାରୁ ଶିଶୁକନ୍ୟାକୁ ଅଧିକ ଯତ୍ନ ନେବା ସେମାନଙ୍କୁ ସୁଶିକ୍ଷିତ କରାଇବାକୁ ପରାମର୍ଶ ଦେଇଥିଲେ । କ୍ଲଷ୍ଟର ଫାସିଲେଟର ଉଜ୍ଜ୍ବୟନୀ ମହାନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏଲପି ଶିକ୍ଷକ ନିରୁପମା ମହାନ୍ତ ଓ ଜିପିସିଏମ ମନୋଜ କୁମାର ନାଏକ ତିରୁପତି ମହାନ୍ତ ଓ ଦେବଦତ ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶିଶୁ କନ୍ୟା ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories