www.samajalive.in
Sunday, December 7, 2025
26.1 C
Bhubaneswar

ଦୀର୍ଘ ୧୦ ମାସ ପରେ ଖୋଲିଲା ପଶ୍ଚିମ ଓଡିଶା ପର୍ଯ୍ୟଟନ ସ୍ଥଳ

ହୀରାକୁଦ : କରୋନା କଟକଣା ପାଇଁ ଦୀର୍ଘ ୧୦ ମାସ ଧରି ପର୍ଯ୍ୟଟନ ସ୍ଥଳ ବନ୍ଦ ରହିବା ପରେ ଆଜି ପଶ୍ଚିମ ଓଡିଶା ପର୍ଯ୍ୟଟନ ସ୍ଥଳ ଖୋଲିଛି। ସମ୍ବଲପୁର ସ୍ଥିତ ହୀରାକୁଦ ପର୍ଯ୍ୟଟନ ସ୍ଥଳ ମଧ୍ୟ ଆଜି ଖୋଲିଛି। ହୀରାକୁଦ ପର୍ଯ୍ୟଟନ ସ୍ଥଳ କେବଳ ଓଡିଶା ଭିତରେ ନୁହେଁ ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧ। କିନ୍ତୁ କୋଭିଡ ୧୯ ମହାମାରୀ ତିବ୍ରତା ଦେଖି ଭାରତ ସରକାରଙ୍କ ଆଇନ ଅନୁଯାୟୀ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳକୁ କଟକଣା ମଧ୍ୟରେ ରଖାଯାଇଥିଲା। ଏହା ପରେ ଭାରତ ସରକାର ଏବଂ ରାଜ୍ୟ ସରକାର ପରିସ୍ଥତି ସମାନ୍ତରାଳ ଆନୁଧ୍ୟାନ ପରେ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳକୁ କୋଭିଡ ନିୟମ ଅନୁସାରେ ପାଳନ କରାଯାଇ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । ଆଜିର ଦିନରେ ହୀରାକୁଦ ପର୍ଯ୍ୟଟନ ସ୍ଥଳ ଖୋଲା ଯାଇଥିବାରୁ ହୀରାକୁଦ ସହରରେ ଆଜିର ଦିନରେ ମଧ୍ୟମ ଧରଣର ଭିଡ ଦେଖିବାକୁ ମିଳିଥିଲା। ସମାନ୍ତରଳ ଭାବରେ ହୀରାକୁଦ ଜବହାର ଉଦ୍ୟାନ ସହ ହୀରାକୁଦ ଗାନ୍ଦି ମିନାର ସାଗଂରେ ଜବହାର ମିନାର କୁ ଯିବା ପାଇଁ ଅନୁମତି ମିଳିଥିବାର ଦେଖିବାକୁ ମିଳିଥିଲା କିନ୍ତୁ ଗାନ୍ଦି ମିନାରର ଉପର ଭାଗକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିବା ଦେଖିବାକୁ ମିଳିଥିଲା ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories