www.samajalive.in
Sunday, December 14, 2025
19.1 C
Bhubaneswar

ଘର ଅଭିମୁଖେ ସୁନିତା, ସ୍ପେସ୍ ଷ୍ଟେସନରୁ ସଫଳତାର ସହ ବାହାରିଲା ଡ୍ରାଗନ୍ ମହାକାଶଯାନ

ନୂଆଦିଲ୍ଲୀ: ସୁନିତା ୱିଲିୟମ୍‌ସଙ୍କର ଘର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଯାଇଛି। ମହାକାଶରେ ୨୮୬ ଦିନ ରହିବା ପରେ ନାସା ମହାକାଶଚାରୀ ସୁନିତା ଓ୍ବିଲିୟମ୍‌ସ ଏବଂ ବଚ୍‌ ଓ୍ବିଲମୋର ପୃଥିବୀକୁ ଫେରୁଛନ୍ତି। ତାଙ୍କୁ ଏବଂ ଅନ୍ୟ ଦୁଇଜଣ ମହାକାଶଚାରୀଙ୍କୁ ଧରି ସ୍ପେସ୍ଏକ୍ସର ଡ୍ରାଗନ୍ ମହାକାଶଯାନ ଭାରତୀୟ ସମୟାନୁସାରେ ମଙ୍ଗଳବାର ଦିନ ୧୦.୩୫ରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ବାହାରିଛି। ମହାକାଶଚାରୀମାନଙ୍କ ଏହି ‘ଘରବାହୁଡ଼ା’ ଯାତ୍ରା ପ୍ରାୟ ୧୭ ଘଣ୍ଟାର ରହିବ।

ସୂଚନାଯୋଗ୍ୟ, ୨୦୨୪ ଜୁନରେ ସୁନିତା ଓ ୱିଲମୋର ବୋଇଂ ଷ୍ଟାରଲାଇନର ଯୋଗେ ମହାକାଶକୁ ଯାତ୍ରା କରିଥିଲେ। ଏକ ସପ୍ତାହ ଆଇଏସ୍‌ଏସ୍‌ରେ ରହିବା ପରେ ସେମାନେ ପୃଥିବୀପୃଷ୍ଠକୁ ଫେରିବା କଥା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାଫଳରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମକୁ ନାସା କର୍ତ୍ତୃପକ୍ଷ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀକୁ ଫେରିଆସିଥିଲା। ନିୟମ ଅନୁଯାୟୀ ଜଣେ ମହାକାଶଚାରୀ ଅତିବେଶୀରେ ୬ ମାସ ପର୍ଯ୍ୟନ୍ତ ଆଇଏସ୍‌ଏସ୍‌ରେ ଅବସ୍ଥାନ କରିବା କଥା। ଅବଶ୍ୟ ଅତୀତରେ ଦୁଇ ଦୁଇଥର ଏଥିରେ ବ୍ୟତିକ୍ରମ ଘଟିଛି। ୨୦୨୩ରେ ନାସା ମହାକାଶଚାରୀ ଫ୍ରାଙ୍କ ରୁବିଓ କ୍ରମାଗତ ୩୭୧ ଦିନ ମହାକାଶରେ ଅବସ୍ଥାନ କରିଥିବାବେଳେ ୧୯୯୪ରେ ରୁଷ୍‌ ମହାକାଶଚାରୀ ଭାଲେରି ପୋଲ୍ୟାକୋଭ୍‌ ୪୩୭ ଦିନ ମୀର ଷ୍ଟେସନରେ ଅବସ୍ଥାନ କରି ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛନ୍ତି।

- Advertisement -

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories