www.samajalive.in
Saturday, December 6, 2025
26.1 C
Bhubaneswar

ଭୋଟର ପରିଚୟ ପତ୍ର, ଆଧାର ସଂଖ୍ୟା ଗୋଟିଏ ହେଉ

ଭୁବନେଶ୍ଵର:  ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାବାଳକ ନାଗରିକଙ୍କ ଦ୍ୱାରା ନିର୍ବାଚନ ଜରିଆରେ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ଭିତ୍ତିରେ ଶାସନ କ୍ଷମତା ହାସଲ କରନ୍ତି; ଯଦିଚ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ନିର୍ବାଚନରେ ଦଳୀୟ ଭିତ୍ତିରେ ନିର୍ବାଚନ ହୁଏ ନାହିଁ। ନିର୍ବାଚନ ପୂର୍ବରୁ ଯୋଗ୍ୟ ମତଦାତାଙ୍କର ତାଲିକା ନିର୍ବାଚନ ଆୟୋଗ ପ୍ରସ୍ତୁତ କରନ୍ତି ଏବଂ ସେହିମାନେ ହିଁ କେବଳ ଭୋଟ ଦେଇଥାଆନ୍ତି ନିଜ ନିଜର ପରିଚୟ ପତ୍ର ଭୋଟଗ୍ରହଣ କେନ୍ଦ୍ରରେ ଥିବା ପୋଲିଂ ଅଧିକାରୀମାନଙ୍କୁ ପ୍ରଦର୍ଶନ କରି। ଏବେ ଅନେକ କ୍ଷେତ୍ରରେ ଦେଖାଯାଉଛି ଭୋଟରଙ୍କ ପାଖରେ ଭୋଟ ପରିଚୟପତ୍ର ଥିଲେ ବି ଭୋଟ କେନ୍ଦ୍ରକୁ ପୋଲିଂ ଅଧିକାରୀମାନେ ଧରିଆସିଥିବା ଭୋଟର ତାଲିକାରେ ସେମାନଙ୍କର ନାମ ନଥାଏ ଯାହା ଫଳରେ ସେମାନେ ଭୋଟଦାନରୁ ବଞ୍ଚିତ ହୁଅନ୍ତି। ଯେହେତୁ ବୈଦ୍ୟୁତିକ ଭୋଟଦାନ ଯନ୍ତ୍ର (ଇଭିଏମ୍‌) ମାଧ୍ୟମରେ ଭୋଟଗ୍ରହଣ କରାଯାଉଛି ଏବଂ ଭୋଟ କେନ୍ଦ୍ରୱାରୀ ଗଣତି କରାଯାଉଛି, ସେହି ବୁଥ୍‌ ଅଞ୍ଚଳରେ କେଉଁ ଦଳ/ବ୍ୟକ୍ତିର ପତିଆରା କେତେ ସ୍ପଷ୍ଟ ବାରି ହେଉଛି। ତେଣୁ ଆଗାମୀ ନିର୍ବାଚନ ବେଳକୁ ବିଭିନ୍ନ ଆଳକରି ଏପରି କି ବିନା କୌଣସି କାରଣରେ ଅନେକ ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଉଛି କିମ୍ବା ଗୋଟିଏ ଗୋଟିଏ ‘ଇପିଆଇସି’ ସଂଖ୍ୟାରେ ଏକାଧିକ ଭୋଟରଙ୍କ ନାମ ଥିବାର ଦେଖାଯାଉଛି। ଏଥିପାଇଁ ନିର୍ବାଚନ ଆୟୋଗ ଦାୟୀ ରହିବା କଥା, ମାତ୍ର କାହାରିକୁ ଦାୟୀ କରାଯାଉ ନାହିଁ। ତେଣୁ ଏହି ଅସଙ୍ଗତି ଦୂର କରିବାପାଇଁ ଭୋଟର ତାଲିକା ପ୍ରସ୍ତୁତ ସମୟରେ ଆଧାର ପତ୍ରରେ ଥିବା ସଂଖ୍ୟାକୁ ଭିତ୍ତିକରି ଭୋଟର ତାଲିକା ତିଆରି ହେଉ ଏବଂ ‘ଇପିଆଇସି’ ଓ ଆଧାର ସଂଖ୍ୟା ସମାନ କରାଯାଉ। ଏହା ଦ୍ୱାରା ଗୋଟେ ଏପିକ ସଂଖ୍ୟାରେ ଏକାଧିକ ଭୋଟରଙ୍କ ନାମ ତାଲିକାରେ ରହିବନାହିଁ। ଭୋଟର ତାଲିକାରୁ ନାମ କାଟିଲାବେଳେ ଭୋଟରଙ୍କ ପାଖକୁ କାରଣ ଦର୍ଶାଇ ସୂଚନା ଆସୁ। ଯେଉଁ ବ୍ୟକ୍ତିଙ୍କ ସୂଚନା ଆଧାରରେ ତାଲିକାରୁ ନାମ କାଟିବାର ଯଦି ବଳିଷ୍ଠ କାରଣ ଓ ପ୍ରମାଣ ନଥାଏ, ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories