www.samajalive.in
Saturday, December 6, 2025
19.1 C
Bhubaneswar

ରୁଷ୍‌-ୟୁକ୍ରେନ ଯୁଦ୍ଧର ଅସ୍ତ୍ରବିରତି ବୁଝାମଣା: ଆଜି ଟ୍ରମ୍ପ-ପୁଟିନ୍ କଥାବାର୍ତ୍ତା

ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧର ଅସ୍ତ୍ରବିରତି ବୁଝାମଣା ନିମନ୍ତେ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଥାବାର୍ତ୍ତା ହେବ। ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍‌ର ମୁଖପାତ୍ର ଡିମିଟ୍ରି ପେସକୋଭ୍‌ କହିଛନ୍ତି ଯେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତ୍ତା ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସାମ୍ବାଦିକଙ୍କୁ କହିଛନ୍ତି ଯେ ରୁଷ୍ ଓ ୟୁକ୍ରେନ ଯୁଦ୍ଧର ଅସ୍ତ୍ରବିରତି ନିମନ୍ତେ ବଡ ପଦକ୍ଷେପ ନିଆଯାଉଛି। ଏହି ପଦକ୍ଷେପ କ୍ରମରେ ସେ ଆଜି ପୁଟିନଙ୍କ ସହିତ କଥାବାର୍ତ୍ତା କରିବେ। ରବିବାର ରାତିରେ ଏୟାରଫୋର୍ସ ୱାନରେ ଟ୍ରମ୍ପ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆଜି ସେ ରୁଷ୍ ରାଷ୍ଟ୍ରପତିଙ୍କ ଅସ୍ତ୍ରବିରତି ପ୍ରସଙ୍ଗରେ କଥାବାର୍ତ୍ତା କରିବେ। କଥାବାର୍ତ୍ତା ଯଦି ସଫଳ ହୁଏ ତେବେ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯିବ। ରୁଷ୍‌-ୟୁକ୍ରେନ ଯୁଦ୍ଧ ବନ୍ଦ ଲାଗି ଆମେରିକା ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଓ ୟୁକ୍ରେନର ପ୍ରତିନିଧି ଦଳ ସହିତ କଥାବାର୍ତ୍ତା କରିସାରିଛି। ଏବେ ପୁଟିନଙ୍କ ସହିତ ଟ୍ରମ୍ପଙ୍କର କଥାବାର୍ତ୍ତା ପରେ ଅସ୍ତ୍ରବିରତି ବୁଝାମଣାର ବାସ୍ତବତାକୁ ପ୍ରତିଫଳନ କରିବ। ଗତ ସପ୍ତାହରେ ସାଉଦି ଆରବରେ ୟୁକ୍ରେନ ପ୍ରତିନିଧିଙ୍କ ସହିତ ଆମେରିକା ପ୍ରତିନିଧି କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ୟୁକ୍ରେନ ୩୦ ଦିନିଆ ନିଃସର୍ତ୍ତ ଅସ୍ତ୍ରବିରତି ବୁଝାମଣା କରିବାକୁ ସମ୍ମତି ପ୍ରକାଶ କରିଥିଲା। ଏହି ଅସ୍ତ୍ରବିରତିରେ ରୁଷ୍‌କୁ ରାଜି କରାଇବା ଲାଗି ଆମେରିକା ଉଦ୍ୟମ ଚଳାଇଛି। ଏହି ଅସ୍ତ୍ରବିରତି ବୁଝାମଣାକୁ ରୁଷ୍ ପ୍ରଥମତଃ ପ୍ରତ୍ୟାଖ୍ୟାନ କରିଛି। ରୁଷ୍ କହିଁଛି ଯେ କୌଣସି ପ୍ରକାର ଅସ୍ତ୍ରବିରତି ବୁଝାମଣା ପୂର୍ବରୁ ଯୁଦ୍ଧର କାରଣକୁ ସମାଧାନ କରାଯିବା ଉଚିତ୍। ଏବେ ଟ୍ରମ୍ପ ଏହି ପ୍ରସଙ୍ଗରେ ପୁଟିନଙ୍କୁ ମନାଇବେ। ଅନ୍ୟପଟେ ଆମେରିକା ଓ ଏହାର ଜି-୭ ଅଂଶୀଦାର ରାଷ୍ଟ୍ର ସମୂହ ଶୁକ୍ରବାର ଘୋଷଣା କରିଛନ୍ତି ଯେ ୟୁକ୍ରେନ ସହିତ ଅସ୍ତ୍ରବିରତି ପାଇଁ ରୁଷ୍ ରାଜି ନହେଲେ ଏହା ବିରୋଧରେ ଅଧିକ କଟକଣା ଲାଗୁ କରାଯିବ। ଅସ୍ତ୍ରବିରତି ପ୍ରସଙ୍ଗରେ ଟ୍ରମ୍ପଙ୍କ ପ୍ରୟାସକୁ ନେଇ ୟୁରୋପୀୟ ସଂଘ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ହ୍ବାଇଟ ହାଉସ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର୍‌ ଜେଲେନସ୍କି ପ୍ରତି ହୋଇଥିବା ଦୁର୍ବ୍ୟବହାରରେ ଇୟୁ ଅତିଷ୍ଠ ହୋଇଛନ୍ତି। ତେଣୁ ଆମେରିକାର ଅସ୍ତ୍ରବିରତି ଉଦ୍ୟମରେ ଇୟୁ କୌଣସି ମତ ଦେଇ ନାହିଁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories