‘ପଦ୍ମାବତ୍’ ଯୋଗୁଁ ଏହି ପର୍ୟ୍ୟଟନସ୍ଥଳ ପ୍ରତି ଆକୃଷ୍ଟ ହେଉଛନ୍ତି ପର୍ୟ୍ୟଟକ
ଅନେକ ଚଳଚ୍ଚିତ୍ରର ସୁଟିଂ ପରେ ହିଁ କେତେକ ସ୍ଥାନର ଲୋକପ୍ରିୟତା ବଢ଼ିଥାଏ। ଯେପରି ଐତିହାସିକ ଚଳଚ୍ଚିତ୍ର ‘ପଦ୍ମାବତ୍’ର ସୁଟିଂ ପରେ ରାଜସ୍ଥାନରେ ପର୍ୟ୍ୟଟକଙ୍କ ସଂଖ୍ୟା ଦ୍ରୁତମାତ୍ରାରେ ବୃଦ୍ଧିପାଇଛି।
ବିଶେଷ କରି ଚିତ୍ତୋରଗଡ଼ ଦୁର୍ଗ ନିକଟରେ ପର୍ୟ୍ୟଟକଙ୍କ ଭିଡ଼ ବଢ଼ିଛି। ରାଜସ୍ଥାନକୁ ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବା ଦ୍ବାରା ରେଳବିଭାଗ ମଧ୍ୟ ବିଶେଷ ଭାବେ ଲାଭବାନ୍ ହୋଇଛି। ରେଳବିଭାଗର କର୍ତ୍ତୃପକ୍ଷ ମଧ୍ୟ ଏହା ସ୍ବୀକାର କରିଛନ୍ତି।
୨୦୧୭-୧୮ର ହିସାବ ଅନୁସାରେ, ରେଳବିଭାଗ ୧କୋଟିରୁ ଅଧିକ ଟଙ୍କାର ଲାଭବାନ ହୋଇଛନ୍ତି। କେବଳ ହିନ୍ଦୀ ଚଳଚ୍ଚିତ୍ର ନୁହେଁ, ବରଂ ଇଂରାଜୀ ଚଳଚ୍ଚିତ୍ର ସୁଟିଂ କାରଣରୁ ମଧ୍ୟ ଏସବୁ ସ୍ଥାନ ବିଦେଶୀ ପର୍ୟ୍ୟଟକଙ୍କ ଗହଣରେ ଲୋକପ୍ରିୟ ହୋଇଛି।
ବିଦେଶରେ ଭାରତୀୟ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ସେଠା ଲୋକେ ମଧ୍ୟ ଭାରତୀୟ ପର୍ୟ୍ୟଟନସ୍ଥଳ ପ୍ରତି ଆକର୍ଷିତ ହୋଇ ଛୁଟୁଥିବାର ଲକ୍ଷ୍ୟ କରାଯାଉଛି।