www.samajalive.in
Sunday, December 14, 2025
26.1 C
Bhubaneswar

ମହଙ୍ଗା ହେବ ଉପଭୋକ୍ତା ସାମଗ୍ରୀ

ନୂଆଦିଲ୍ଲୀ: ଆଗାମୀ ଦିନର ନିତ୍ୟବ୍ୟବହାର୍ଯ୍ୟ ଉପଭୋକ୍ତା ସାମଗ୍ରୀ ମହଙ୍ଗା ହୋଇପାରେ। ଏଫ୍‍ଏମ୍‍ସିଜି ସଂସ୍ଥାମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ତୈଳ ଓ ଧାତବ ସାମଗ୍ରୀର ମୂଲ୍ୟ ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ଯୋଗୁଁ ଖାଉଟି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ ବୋଲି ସେମାନେ କହିଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଗତ ଚାରିମାସରେ ୧୦ ପ୍ରତିଶତ ବୃଦ୍ଧି ପାଇ ୭୫ ଡଲାରରେ ପହଞ୍ଚିଛି। ଧାତବ ପଦାର୍ଥର ମୂଲ୍ୟ ଗତ ସପ୍ତାହରେ ପାଖାପାଖି ୧୦ପ୍ରତିଶତ ବୃଦ୍ଧି ପାଇଛି। ତୈଳ ମୂଲ୍ୟ ବୃଦ୍ଧି ଯୋଗୁଁ ଲିନିୟର ଆଲ୍‍କାଇଲ୍‍ ବେଞ୍ଜାଇନ୍‍ ଓ ପଲିଥିଲିନ୍‍ ମୂଲ୍ୟ ବୃଦ୍ଧି ପାଇଛି। ଏଫଏମ୍‍ସିଜି ସାମଗ୍ରୀ ଉତ୍ପାଦନରେ ଉପରୋକ୍ତ ଉପାଦାନର ପ୍ରମୁଖ ଭୂମିକା ରହିଛି। ଏହାଛଡ଼ା ଡିଜେଲ୍‍ ମୂଲ୍ୟବୃଦ୍ଧି ଯୋଗୁଁ କଞ୍ଚାମାଲ୍‍ ଓ ଉତ୍ପାଦର ପରିବହନ ମୂଲ୍ୟ ବୃଦ୍ଧି ପାଇଥିବାରୁ ତାହାର ପ୍ରଭାବ ଉପଭୋକ୍ତା ସାମଗ୍ରୀ ଉପରେ ପଡ଼ିବ। ସେହିପରି ଆଲୁମିନିୟମ, ତମ୍ବା, ଇସ୍ପାତ ଆଦି ଧାତବ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ଏସି, ଫ୍ରିଜ୍‍, ୱାଶିଂମେସିନ୍‍ର ମୂଲ୍ୟ ବୃଦ୍ଧି ଘଟିବ। ଏହି ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ୬୭ରେ ପହଞ୍ଚିଛି। ତେଣୁ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନି ମୂଲ୍ୟ ବୃଦ୍ଧି ପାଇଛି। ବିମୁଦ୍ରାକରଣ ଓ ଜିଏସ୍‍ଟି ଯୋଗୁଁ ସୃଷ୍ଟ ବଜାର ମାନ୍ଦାବସ୍ଥାରୁ ଉତ୍ପାଦକମାନେ ମୁକୁଳି ଆସୁଥିବା ବେଳେ ମୂଲ୍ୟ ବୃଦ୍ଧି ପୁଣି ଥରେ ବଜାରକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories