ଫାଷ୍ଟ୍ୟାଗରେ ରିଚାର୍ଜ ନକଲେ ମଧ୍ୟ କଟିବ ଟୋଲ ଟ୍ୟାକ୍ସ ! ଆସିଲା ନୂଆ ସୁବିଧା

ନୂଆଦିଲ୍ଲୀ : ଫାଷ୍ଟ୍ୟାଗ୍ ଓ ଟୋଲ୍ ପ୍ଲାଜାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଟୋଲ୍ ପ୍ଲାଜାରେ ଲାଇନକୁ କମ୍ କରିବା ପାଇଁ ଏବଂ ଜାମରୁ ମୁକ୍ତି ପାଇଁ ଫାଷ୍ଟ୍ୟାଗର ଆରମ୍ଭ ହୋଇଥିଲା । କିନ୍ତୁ ଏହା ପରେ ଫାଷ୍ଟ୍ୟାଗରେ କେବେ କେବେ ରିଚାର୍ଜ ନଥିଲେ କିମ୍ବା ବାଲାନ୍ସ କମ୍ ଯୋଗୁଁ ଟୋଲ୍ ପ୍ଲାଜାରେ ଲାଇନ୍ ଲାଗିଯାଏ । ଏହି ସମସ୍ୟାର ସମାଧାନ ପାଇଁ ଏନଏଚଏଆଇ ତରଫରୁ ଏକ ନୋଟିଫିକେସନ୍ ଜାରି କରାଯାଇଥିଲା ଏବଂ ରିଚାର୍ଜ ଓ୍ବିଣ୍ଡୋକୁ ୭୦ ମିନିଟ ପର୍ଯ୍ୟନ୍ତ ଖୋଲାରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଆଉ ଏକ ନୂଆ ପଦକ୍ଷେପ ଉଠାଯାଇଛି । ଏଥିରେ ଫାଷ୍ଟ୍ୟାଗକୁ ବ୍ୟାଙ୍କ ଖାତା ସହ ଯୋଡିବା ପାଇଁ କୁହାଯାଇଛି ଯାହା ଫଳରେ ଟୋଲ ପ୍ଲାଜାରେ ଲାଇନରୁ ମୁକ୍ତି ମିଳିବ ।
ଫାଷ୍ଟ୍ୟାଗ୍, ସ୍ମାର୍ଟ ନମ୍ବର ପ୍ଲେଟ ଓ ବ୍ୟାଙ୍କକୁ ଯୋଡିବା ପାଇଁ ପ୍ରସ୍ତୁତି କରାଯାଉଛି । ଏଥିନିମନ୍ତେ ବ୍ୟାଙ୍କମାନଙ୍କ ସହ ଆଲୋଚନା କରାଯାଉଛି । ହାଇ ସିକ୍ୟେରିଟି ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଓ ବ୍ୟାଙ୍କ ଖାତା ଯୋଡିହେବା ଫଳରେ ଟୋଲ ପ୍ଲାଜାରେ ଅଟକିବାକୁ ପଡିବନି । କୁହାଯାଉଛି କି ଟୋଲ ପ୍ଲାଜାରେ ଅଟୋ ଡେବିଟ୍ ସିଷ୍ଟମ ଲାଗୁହେବ । ବ୍ୟାଙ୍କରେ ଗାଡି ନମ୍ବର ପ୍ଲେଟ୍ ଓ ଫାଷ୍ଟ୍ୟାଗ୍ ଖାତାକୁ ଯୋଡିଦିଆଯିବ । ଏହା ପରେ ଟୋଲ ପ୍ଲାଜାରେ ଅଟକିବାକୁ ପଡିବନି । ଟୋଲ ପ୍ଲାଜାରେ ଗାଡିର ନମ୍ବର ପ୍ଲେଟ ରିଡ୍ ହେବା ମାତ୍ରେ ଅଟୋମେଟିକ୍ ଫାଷ୍ଟ୍ୟାଗ୍ ଖାତାରୁ ଟୋଲ ଟ୍ୟାକ୍ସ କଟିଯିବ ।
Comments are closed.