www.samajalive.in
Tuesday, December 9, 2025
16.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇ ନାହିଁ : ଥୋମାସ୍‌ ବାଚ୍‌

ୱାଶିଂଟନ୍‌ : ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ୍‌ ବାଚ୍‌। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି।

ଏ ସଂପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବାଚ୍‌ କହିଛନ୍ତି ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନାହିଁ। ବର୍ତ୍ତମାନ ପରିସ୍ଥିତି ଜଟିଳ ରହିଛି ସତ ହେଲେ ଆଗାମୀ ଦିନରେ ଏଥିରେ ପରବର୍ତ୍ତନ ଆସିବାର ସମ୍ଭାବନା ରହିଛି। ପରସ୍ଥିତି ବଦଳିଲେ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ। ତେଣୁ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବା ଘୋଷଣା ଅପରିପକ୍ବ ହେବ। ଟୋକିଓ ଅଲିମ୍ପିକ୍‌ସ ଜୁଲାଇ ୨୪ରୁ ଆରମ୍ଭ ହେବାକୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ହାତରେ ବେଶ୍‌ କିଛି ସମୟ ରହିଛି। ସେତେବେଳକୁ ପରିସ୍ଥିତିରେ ଉନ୍ନତି ଆସିଥିବ ବୋଲି ବାଚ୍‌ ମତ ଦେଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତି ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ନିଜସ୍ବ ଟାସ୍କଫୋର୍ସ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟକୁ ଲଗାତାର ଭାବେ ଅନୁଧ୍ୟାନ ଜାରି ରଖିଥିବା ବାଚ୍‌ ସ୍ପଷ୍ଟ କରି ଦେଇଛନ୍ତି। ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍‌ସକୁ ସଂପୂର୍ଣ୍ଣ ରୂପେ ବାତିଲ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ବାଚ୍‌ କହିଛନ୍ତି।

- Advertisement -

ସୂଚନାଥାଉକି କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ନେଇ ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି। ଅଲିମ୍ପିକ୍‌ସ ନିମନ୍ତେ ଅନେକ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି। ଫଳରେ ଅନେକ କ୍ରୀଡ଼ାବିତ୍‌ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ଅର୍ଜନ କରି ପାରିନାହାନ୍ତି। ତେବେ ଟୋକିଓ ଅଲିମ୍ପିକ୍‌ସକୁ ସ୍ଥଗିତ ରଖିବାକୁ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନଥିବା ବାଚ୍‌ ସ୍ପଷ୍ଟ କରି ଦେଇଛନ୍ତି। ଆସନ୍ତା କାଲି ପରିସ୍ଥିତିରେ କିପରି ପରବର୍ତ୍ତନ ଆସିବ ତାହା ବର୍ତ୍ତମାନ ଠାରୁ କେହି କହିପାରିବେ ନାହିଁ। ଟୋକିଓ ଅଲିମ୍ପିକ୍‌ସ ଆୟୋଜନ ପାଇଁ ହାତରେ ୪ ମାସ ସମୟ ରହିଥିବାରୁ ବର୍ତ୍ତମାନ ଠାରୁ ଏହାକୁ ସ୍ଥଗିତ ଘୋଷଣା କରିବା ପ୍ରଶ୍ନ ଉଠୁ ନାହିଁ ବୋଲି ବାଚ୍‌ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories