www.samajalive.in
Sunday, December 7, 2025
13.1 C
Bhubaneswar

ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ: ଚଳଚଞ୍ଚଳ ନେତାଜୀଙ୍କ ଜନ୍ମସ୍ଥାନ

କଟକ: ମଙ୍ଗଳବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୭ତମ ଜୟନ୍ତୀ। ଏଥିଲାଗି କଟକରେ ଥିବା ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପୁରା ଚଳଚଞ୍ଚଳ ହୋଇପଡିଛି। ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ ଆର୍କିଟେକ୍ଟରାଲ ଇଲ୍ୟୁମିନେସନରେ ଆଲୋକୀକରଣ କରାଯାଇଛି। ଏଥର ନୂଆ କରି ସଂଗ୍ରହାଳୟରେ ନେତାଜୀଙ୍କ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆଟ୍ସ ସ୍କୁଲର ଆଡମିଶନ ରେଜିଷ୍ଟାର୍ । ୧୯୦୨ ମସିହାରୁ ୧୯୦୮ ମସିହା ଯାଏଁ ନେତାଜୀ ପାଠ ପଢୁଥିବା ସମୟର ରେଜିଷ୍ଟରକୁ ନେତାଜୀ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ନେତାଜୀଙ୍କ ଜନ୍ମ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜୟନ୍ତୀ ଅବସରରେ ସଂଗ୍ରହାଳୟ ପରିସରରେ ଦୁଇ ଦିନ ଧରି ଫଟୋ ଚିତ୍ର ପ୍ରଦର୍ଶନୀ ହେବ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories