ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହେଉଛି ବାତ୍ୟା ଦାନା। ଗତ ୬ ଘଣ୍ଟାରେ ୧୨ କିଲୋମିଟର ବେଗରେ ଗତି କରୁଛି। ଏହା ପାରାଦୀପର ଦକ୍ଷିଣ ପୂର୍ବକୁ ୨୧୦ କିଲୋମିଟର ଦୂରରେ ରହିଛି । ଧାମରାର ଦକ୍ଷିଣ ଦକ୍ଷିଣ-ପୂର୍ବର ୨୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ସାଗର ଦ୍ଵୀପର ଦକ୍ଷିଣକୁ ୩୧୦ କିଲୋମିଟର ଦୂରରେ ରହିଛି ଦାନା। ଆଜି ମଧ୍ୟ ରାତ୍ରି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ସୂଚନା ମିଳିଛି। ସେପଟେ ବାତ୍ୟା ଦାନାକୁ ଆଖି ଆଗରେ ରଖି ଆଜି ୧୭ଟି ଟ୍ରେନ୍ ବାତିଲ୍ କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୦୩ ଟ୍ରେନ୍ ବାତିଲ୍ କରାଯାଇଥିବା ନେଇ ଇଷ୍ଟ କୋଷ୍ଟ ଓ ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି।
Popular Categories



