www.samajalive.in
Monday, December 8, 2025
27.1 C
Bhubaneswar

ଆସିଲା ଆତଙ୍କବାଦୀ ଆକ୍ରମଣର ସିସିଟିଭି ଦୃଶ୍ୟ, ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: ତୁର୍କୀର ରାଜଧାନୀ ଅଙ୍କାରା ନିକଟରେ ବୁଧବାର ଘଟିଥିବା ଆତଙ୍କବାଦୀ ଆକ୍ରମଣର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ କିପରି ବିସ୍ଫୋରଣ ଏବଂ ଗୁଳି ଚଳାଇ ୫ ଜଣଙ୍କୁ ହତ୍ୟା କରିଛନ୍ତି ତାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଟିୟୁଏସଏଏସ(ତୁର୍କୀ ଏରୋସ୍ପେସ ଇଣ୍ଡଷ୍ଟ୍ରି) ନିକଟରେ ପ୍ରଥମେ ବିସ୍ଫୋରଣ ହୋଇଥିଲା। ଏହା ପରେ କିଛି ବନ୍ଧୁକଧାରୀ ଆତଙ୍କବାଦୀ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଉପରେ ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ କୁର୍ଦ୍ଦ ମହିଳା ଏବଂ ଅନ୍ୟ ଜଣେ ପୁରୁଷ ବନ୍ଧୁକ ଧରି ଜନସାଧାରଣଙ୍କୁ ଗୁଳି କରୁଥିବା ଦେଖାଯାଇଛି। ଏକ ପାର୍କିଂ ସ୍ଥଳରେ ଏହି ଆକ୍ରମଣ ହୋଇଛି। ଏହି ଘଟଣାରେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories