www.samajalive.in
Saturday, December 6, 2025
17.1 C
Bhubaneswar

ଅଧିକ ପବନ ହେଲେ ବିଦ୍ୟୁତ କଟିପାରେ- ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ଭିତରକନିକା ପାଶ୍ୱ ଦେଇ ଗତପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ହେଲେ ଯେ ପର୍ଯ୍ୟନ୍ତ ସ୍ଥଳଭାଗ ଛୁଇଁନାହିଁ ସେପର୍ଯ୍ୟନ୍ତ ଏଭଳି ଆକଳନ ଆସିବ। ତେବେ ଆସନ୍ତା ୪୮ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲାରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ପ୍ରଭାବିତ ହେବାକୁ ଥିବା ଜିଲାରେ ୧୯ଟି ଏନଡିଆରଏଫ୍‌‌, ୫୧ଟି ଓଡ୍ରାଫ, ୧୭୮ଟି ଅଗ୍ନିଶମ ଟିମ୍‌‌ ପ୍ରସ୍ତୁତ ରହିଛନ୍ତି। ପ୍ରବଳ ବର୍ଷା ପବନରେ ଗଛ ଉପୁଡିଲେ ୧୦ମିନିଟରେ ଗଛ କାଟି ରାସ୍ତା ସଫା କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ବାତ୍ୟା ବେଳେ ବିଜୁଳି କାଟ୍‌‌ ଖବର ଆସିନି, ଅଧିକ ପବନ ହେଲେ ବିଦ୍ୟୁତ କାଟ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ କିଛି ସମୟ ମଧ୍ୟରେ ପୁଣି ଥରେ ବାତ୍ୟା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିଛି ସମୟରେ ଲୋକସେବା ଭବନରେ ସମୀକ୍ଷା ବୈଠକ ଆରମ୍ଭ ହେବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories