www.samajalive.in
Sunday, December 7, 2025
14.1 C
Bhubaneswar

ଟିଟିଲାଗଡ଼ ରେଳ ​‌ଷ୍ଟେସନ​‌ରୁ ବିପୁଳ ଗଞ୍ଜେଇ ଜବତ

ଟିଟିଲାଗଡ଼: ଟିଟିଲାଗଡ଼ ରେଳ ଷ୍ଟେସନ ପରିସରରୁ ସୋମବାର ବ୍ୟାପକ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏଥି ସହ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶ ରାଜ୍ୟ ଛୀନ୍ଦବାଡା ଜିଲା ସୋସର ସହରର ଆଦମ ଖାନ ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ର ଜଣେ ଗଞ୍ଜେଇ ମାଫିଆଙ୍କଠାରୁ ୮ କେଜି ୮୦୦ ଗ୍ରାମ ଗଞ୍ଜେଇ ଟ୍ରେନ ଯୋଗେ ମହାରାଷ୍ଟ୍ର ରାଜ୍ୟ ଅଞ୍ଚଳକୁ ଚାଲାଣ କରିବାକୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ ଅପେକ୍ଷାରେ ରହିଥିଲେ। ଖବର ପାଇ କଣ୍ଟାବାଞ୍ଜି ଅବକାରୀ ଇନ୍ସପେକ୍ଟର ସ୍ୱାଧୀନ ବେହେରା, ଟିଟିଲାଗଡ଼ ଅବକାରୀ ଅଧିକାରୀ ଆଶିଷ ବେହେରା, ଏଏସଆଇ ମଳୟ ପ୍ରଧାନ, ଡୋଳେଶ୍ୱରୀ କୁମ୍ଭାର, ସୁନିଲ ବଢ଼େଇ, ଗଗନ ମିଶ୍ର, କୁମୁଦିନୀ ମଲ୍ଲିକ ପ୍ରମୁଖ ଟିଟିଲାଗଡ଼ ଆରପିଏଫ ସହାୟତାରେ ଚଢ଼ାଉ କରିଥିଲେ। ଅବକାରୀ ବିଭାଗ ଏନେଇ ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ ଆଜି କୋର୍ଟ ଚାଲାଣ କରିଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories