www.samajalive.in
Sunday, December 7, 2025
14.1 C
Bhubaneswar

ପୁଲିସର ରକ୍ତଦାନ ପ୍ରସ୍ତୁତି, ଭିଡିଓ କଲ ଜରିଆରେ ସହଯୋଗ ଲୋଡିଲେ ଏସପି

ଟିଟିଲାଗଡ଼ : ମହାମାରୀ ସଂକ୍ରମଣ ଭୟ ନେଇ ରକ୍ତଦାତା ସତର୍କତା ଅବଲମ୍ବନ କରୁଥିବା ନେଇ ରକ୍ତଭଣ୍ଡାର ଗୁଡିକ ଖାଲି ପଡୁଛି। ଏପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା ପୁଲିସ ପ୍ରଶାସନ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ସହ ରକ୍ତଦାନ ଭଳି ମହତ କାର୍ୟ୍ୟକ୍ରମ ଆରମ୍ଭ କରିଛି। ଏପରିପ୍ରେକ୍ଷୀରେ ମଙ୍ଗଳବାର ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶତପଥିଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ ଥାନା ପରିସରରେ ପୁଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବଲାଙ୍ଗୀର ଏସପିଙ୍କ ପ୍ରତିନିଧି ଭାବରେ ବଲାଙ୍ଗୀର ଗୃହରକ୍ଷୀ ବାହିନୀ ଆସିଷ୍ଟାନ୍ତ କମାଣ୍ଡେନ୍ଟ କୁମୁଦ ସେଠ, ରିଜର୍ଭ ଇନ୍ସପେକ୍ଟର ଆତିଶ ସାହୁ ଯୋଗଦେଇ ଉପସ୍ଥିତ ସହରର ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ସର୍ବସମ୍ମତି କ୍ରମେ ଆସନ୍ତା ୨୫ରେ ଶିବିର ଆୟୋଜନ ପାଇଁ ସ୍ଥିର କରାଯାଇଛି। ଏନେଇ ଗଣମାଧ୍ୟମ, ବ୍ୟାନର, ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର ସହ ଅଧିକରୁ ଅଧିକ ରକ୍ତ ସଂଗ୍ରହ ପାଇଁ ସ୍ଥିର ହୋଇଥିଲା। ବୈଠକ ସମୟରେ ବଲାଙ୍ଗିର ଏସପି ଏମ. ସନ୍ଦୀପ ସମ୍ପଦ ଭିଡିଓ କଲ ଜରିଆରେ ଉପସ୍ଥିତ ବିଭିନ୍ନ ସଂଗଠନର କର୍ମକର୍ତାଙ୍କ ସହ କଥାବାର୍ତା ସହ ଶିବିରକୁ ସଫଳ କରିବା ପାଇଁ ସହଯୋଗ ଲୋଡିଥିଲେ। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର, ବରିଷ୍ଠ ସମାଜସେବୀ ରାଜୁ ମିଶ୍ର, ଅଲେଖ ଦଳବେହେରା, ପୂର୍ବ କାଉନସିଲର କୃଷ୍ଣଚନ୍ଦ୍ର ସରାଫ, ମାରୱାଡି ଯୁବା ମଂଚ ରାଷ୍ଟ୍ରୀୟ ଉପସଭାପତି ରିଙ୍କୁ ଅଗ୍ରୱାଲ, ରାଜ୍ୟ ସରପଂଚ ସଂଘ କାର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ଜିଲା ସାଧାରଣ ସମ୍ପାଦକ ବିରବର ସାହୁ, ଏସଏସମ ଫିଟନେସ ଅଧ୍ୟକ୍ଷ ସନ୍ତୋଷ ମହାନ୍ତି, ଟିଟିଲାଗଡ ରକ୍ତଦାତା ସଂଘ ସଭାପତି ବନମାଲି ବେହେରାଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories