www.samajalive.in
Tuesday, December 9, 2025
19.1 C
Bhubaneswar

କରୋନାରେ ପ୍ରାଣ ହରାଇଲେ ତିରୁପତି ସାଂସଦ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣରେ ଆନ୍ଧ୍ରପ୍ରଦେଶ ତିରୁପତିର ସାଂସଦ ବାଳି ଦୁର୍ଗା ପ୍ରସାଦ ରାଓ ପ୍ରାଣ ହରାଇଛନ୍ତି। ୬୪ବର୍ଷୀୟ ରାଓ କରୋନା ସଂକ୍ରମିତ ହେବା ପରେ ଚେନ୍ନଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବୁଧବାର ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦ୍‌ଘାତ ହେବାରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ୱାଇଏସଆର କଂଗ୍ରେସ ପାର୍ଟିର ସାଂସଦ ଶ୍ରୀ ରାଓଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଡ୍ଡି ଦିବଂଗତ ସାଂସଦଙ୍କ ପରିବାର ଲୋକଙ୍କୁ ଫୋନ କରି ସମବେଦନା ଜଣାଇଛନ୍ତି। ଶ୍ରୀ ରାଓ ୧୯୮୫ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ନେଲୋର ଜିଲା ଗୁଡୁର ବିଧାନସଭା ଆସନରୁ ପ୍ରଥମେ ନିର୍ବାଚିତ ହୋଇଥିଲେ। ସେ ତିନି ଥର ବିଧାୟକ ରହିବା ସହିତ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ତେଲୁଗ ଦେଶମ ପାର୍ଟିରେ ପ୍ରଥମେ ସଦସ୍ୟ ରହିଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ସେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରରେ ମନ୍ତ୍ରୀ ଥିଲେ। ତେବେ ଆନ୍ଧ୍ରପଦେଶର ବିଭାଜନ ପରେ ଶ୍ରୀ ରାଓ ୱାଇଏସଆର କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories