www.samajalive.in
Tuesday, December 9, 2025
16.1 C
Bhubaneswar

ଏହି ସହଜ ଓ ଘରୋଇ ଉପାୟ, ଦୂର କରେ ପେଟ ଯନ୍ତ୍ରଣା

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ ଉପାୟ ଦ୍ୱାରା ଆମେ ଏହି ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ଜାଣନ୍ତୁ ତାହା କ’ଣ….
ତୁଳସୀ, ଲବଙ୍ଗ କିମ୍ବା ତୁଳସୀ ଓ ଅଦାକୁ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଏସିଡ଼ିଟି ଦୂର ହୋଇଥାଏ।
ଦହି ଓ ଜିରା ଗୁଣ୍ଡ –
ଦହି ସହ ଜିରା ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ, ଏସିଡ଼ିଟି ଦୂର ହେବା ସହ ପେଟ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ।
ଅଦା ରସ ଓ ଲେମ୍ବୁ ରସ –
ଅଦା ରସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିଥାଏ।
ଡ଼ାଳିମ୍ବର ମଞ୍ଜି –
ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ। ଏହା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଜୁଆଣି ଓ କଳା ଲୁଣ –
ଜୁଆଣି, କଳା ଲୁଣ ସହ ଅଳ୍ପ ଉଷୁମ ପାଣି ମିଶାଇ ପିଇବା ଦ୍ୱାରା ପେଟ ପାଇଁ ଖୁବ ଲାଭଦାୟକ ଅଟେ। ଏହା ଏସିଡ଼ିଟି ଦୂର କରିଥାଏ। ପେଟ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ମିଳିଥାଏ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories