www.samajalive.in
Monday, December 15, 2025
24.1 C
Bhubaneswar

ଖୁସିର ଚାବିକାଠି

ଆଜିକାଲି ଅଧିକାଂଶ ଲୋକ ମାନସିକ ବିଷାଦଗ୍ରସ୍ତ ବା ଡିପ୍ରେସନର ଶିକାର ହେଉଛନ୍ତି। ଫଳରେ ସେମାନେ ଅନେକ ଭୁଲ୍‍ ତଥା ସାଂଘାତିକ ପଦକ୍ଷେପମାନ ନେଉଛନ୍ତି। ଖାସ୍‍ କରି ଏହି କରୋନା କାଳରେ ଲୋକେ ଅଧିକ ଚାପରେ ରହୁଛନ୍ତି। ତେଣୁ ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପଚାର ହେଉଛି ଖୁସିରେ ରହିବା। ଯଦି ଆପଣ ବି ଏହି ଚାପରେ ରହିଛନ୍ତି, କିଛି ସରଳ ଉପାୟ ଆପଣାଇ ଚାପମୁକ୍ତ ରହିବା ସହ ପୂର୍ବ ପରି ଖୁସିରେ ରହିପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ –

– ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ବୁଲିବାକୁ ଯାଆନ୍ତୁ ଓ ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ ।
– ସକାଳ ବା ପ୍ରାତଃକାଳ ଏବଂ ଶୋଇବା ସମୟରେ ୧୫ ମିନିଟ୍ ପାଇଁ ଭଗବାନଙ୍କ ଧ୍ୟାନ କରନ୍ତୁ ।
– ନିଜକୁ ଜାଣନ୍ତୁ ନିଜର ପ୍ରତିଭା, କ୍ଷମତା ଏବଂ ସୀମାକୁ ଚିହ୍ନନ୍ତୁ ।
– ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ କାର୍ଯ୍ୟ କରିବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ।
– ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରନ୍ତୁ ଏବଂ ଏକ ବ୍ୟବସ୍ଥିତ ଦିନଚର୍ୟ୍ୟାରେ ଅଭ୍ୟସ୍ତ ରୁହନ୍ତୁ ।
– ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ । ନକାରାତ୍ମକ ଚିନ୍ତାଧାରା ଶକ୍ତି ନଷ୍ଟ କରେ ।
– ସର୍ବଦା ବର୍ତ୍ତମାନରେ ରୁହନ୍ତୁ । ଅତୀତ ଏବଂ ଭବିଷ୍ୟତ ବିଷୟରେ ବୃଥା ଚିନ୍ତାରୁ ଦୂରେଇ ରହି ସର୍ବଦା ଖୁସି ରୁହନ୍ତୁ ଏବଂ ହସି ହସି ବଞ୍ଚିବା ଶିଖନ୍ତୁ ।
– ଏକ ସରଳ ଜୀବନଯାପନ କରନ୍ତୁ । ଜୀବନରେ ଗୁଣବତ୍ତା ଉପରେ ବିଶ୍ୱାସ ରଖନ୍ତୁ ଦେଖାଇହେବା ଠାରୁ ଦୂରେଇ ରୁହନ୍ତୁ ।
– ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନ ପାଇଁ ସର୍ବୋତ୍ତମ ଧନ । ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠାରୁ ଦୂରେଇ ରୁହନ୍ତୁ । କମ୍ ଏବଂ ପ୍ରକୃତ ବନ୍ଧୁ ବନାନ୍ତୁ ।
– ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରନ୍ତୁ । ସମୟାନୁବର୍ତ୍ତୀତା ହେବ ସହିତ ସର୍ବଦା ନିଜର ବକ୍ତବ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ । ଧର୍ୟ୍ୟ ଏବଂ ଆତ୍ମ ନିୟନ୍ତ୍ରଣ ରଖନ୍ତୁ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories