www.samajalive.in
Saturday, December 6, 2025
26.1 C
Bhubaneswar

ଏସ୍‌ଟିଏଫ୍‌ ଦ୍ୱାରା ବଜ୍ରାକାପ୍ତା ଉଦ୍ଧାର, ୨ ଯୁବକ ଗିରଫ

ସୋନପୁର: ସୁବର୍ଣ୍ଣପୁର ସହର ଦେଇ ବଜ୍ରାକାପ୍ତା ଚାଲାଣ କରୁଥିବା ଏକ ଦଳକୁ କ୍ରାଇମ୍‌ ବ୍ରାଞ୍ଚ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଧରିବାରେ ସଫଳ ହୋଇଛି। ସହର ଉପକଣ୍ଠ ମହାନଦୀ ପୋଲ ପାଖ ପୁରୁଣା ରାଜାକୋଠି ନିକଟରେ ବଜ୍ରକାପ୍ତା ଚାଲାଣ ପାଇଁ ମୂଲଚାଲ କରୁଥିବା ଦୁଇ ଜଣ ଯୁବକଙ୍କୁ ଏସ୍‌ଟିଏଫ୍‌ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରାକାପ୍ତା ଉଦ୍ଧାର କରିବା ସହ ୫ କିଲୋ ୬୫ ଗ୍ରାମ କାତି ଜତବ କରିଛି। ଏସ୍‌ଟିଏଫ୍‌ର ଏକ  ସ୍ୱତନ୍ତ୍ର ଟିମ୍‌ ଗତକାଲି ଅପରାହ୍ନରେ ମହାନଦୀ ପୋଲ ପାଖ ପୁରୁଣା ରାଜାକୋଠି ନିକଟରେ ଛକି ରହିଥିଲେ। ଏହି ସମୟରେ ଜିଲାର ଉଲୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗ୍ରାମର ସୋମନାଥ ବାଘ ସହ ଗିନ୍ଦିଲାମାଲ ଗ୍ରାମର ମାର୍ସାଲାନ ଭେଙ୍ଗରା ବଜ୍ରକାପ୍ତା ଓ କିଛି ବଜ୍ରକାପ୍ତା କାତି ବିକ୍ରି ପାଇଁ ମୂଲଚାଲ କରୁଥିବା ବେଳେ ଏସ୍‌ଟିଏଫ୍‌ ହଠାତ୍‌ ଚଢ଼ଉ କରି ସେମାନଙ୍କ ପାଖରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ କିଲୋ ୬୫ ଗ୍ରାମ ବଜ୍ରକାପ୍ତା କାତି ଜବତ କରିଥିଲା।

- Advertisement -

ତେବେ ଉଦ୍ଧାର ବଜ୍ରାକାପ୍ତା ଓ କାତି ସମ୍ପର୍କୀତ କୌଣସି ବୈଧ କାଜଗପତ୍ର ଦାଖଲ କରି ନପାରିବାରୁ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଥିଲେ। ଆଜି ଉଭୟ ଅଭିଯୁକ୍ତଙ୍କୁ ସୋନପୁର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ବଜ୍ରକାପ୍ତାକୁ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଜବତ ବଜ୍ରକାପ୍ତା କାତିକୁ ୱାଇଲ୍ଡଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଡେରାଡୁନକୁ ରାସାୟନିକ ପରୀକ୍ଷା ପାଇଁ ପଠାଯାଇ ଅଧିକ ତଦନ୍ତ ଚାଲୁ ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories