ନଳରେ ଆସୁଛି ଗୋଳିଆ ପାଣି, ସୁଧୁରୁନି ପାନୀୟ ଜଳ ସମସ୍ୟା
ଟିକାବାଲି: ଟିକାବାଲି ସହରରେ ପାନୀୟ ଜଳ ସମସ୍ୟା ଲାଗି ରହୁଛି। କେବେ ଜଳ ସଙ୍କଟ କେବେ ଦୁଷିତ ଜଳ ପ୍ରବାହିତ ହେଉଛି। ପ୍ରାୟ ଦୁଇ ତିନି ଦିନ ହେବ ପାନୀୟ ଜଳରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳୁଛି। ଯାହା ପାନୀୟ ଉପଯୋଗି ହେଉନାହିଁ ବୋଲି ସହରବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ ମରାମତି କାର୍ଯ୍ୟ ଚାଲିଥିବା ଗୋଳିଆ ପାଣି ଆସୁଛି। ଦୁଇ ତିନି ଦିନ ପରେ ଠିକ୍ ହୋଇଯିବ। ଟିକାବାଲିରେ କେବେ ପାନୀୟ ଜଳ ଯୋଗାଣ ସମସ୍ୟା ସୁଧୁରିବ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଜଳକଷ୍ଟ ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ତେଣୁ ଏହି ସମସ୍ୟା ଯଥା ଶିଘ୍ର ସମାଧାନ କରିବା ନିମନ୍ତେ ସାଧାରଣରେ ଦାବିହେଉଛି।
Comments are closed.