ଭେଜିଆ ଅଞ୍ଚଳରେ ଦନ୍ତାହାତୀ ଉପଦ୍ରବ 

ତିଗିରିଆ :  ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ କାଳିଚାବଲ୍ଲଭ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଭୋଗଡା ପଞ୍ଚାୟତର ଭେଜିଆ ଗ୍ରାମରେ  ରାତିରେ ଏକ ଦନ୍ତାହାତୀ ଜନବସତି ନିକଟକୁ ଆସି ଆତଙ୍କ ଖେଳାଇଛି।  ଗ୍ରାମବାସୀଙ୍କ ଘର ପରିସରରେ ଅମଳ ହୋଇ ରହିଥିବା ଧାନ  ଓ ଜମି ଗୁଡ଼ିକରେ ହୋଇଥିବା ପନିପରିବା ଫସଲକୁ ଖାଇବା ସହିତ ଦଳି ଚକଟି ନଷ୍ଟ କରିଥିବା ଜଣାପଡିଛି। ରାସ୍ତା କଡରେ ଥିବା ଜମି ଗୁଡ଼ିକରେ ପଶି ବ୍ୟାପକ ପନିପରିବା ଫସଲ ଖାଇ ଯିବା ସହିତ ବହୁ ପନିପରିବା ଚାଷକୁ ଦଳିଚକଟି ନଷ୍ଟ କରି ଦେଇଛି। ଜନ ବସତି ମୁହାଁ ଏହି ହାତୀ ଉପଦ୍ରବ ଦେଖି ଲୋକମାନଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ଖବର ପାଇଁ ବନ ବିଭାଗ କର୍ମଚାରୀ ଆସି ପହଞ୍ଚିବା ସହିତ ଗାଁ ଲୋକଙ୍କ ସହାୟତାରେ ହାତୀକୁ ଘଉଡ଼ାଇ ଦେବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି। ଏହି ଦନ୍ତା ହାତୀଟି ବଡମ୍ବା ବନାଞ୍ଚଳରୁ ପଳାଇ ଆସିଥିବା ବନ ବିଭାଗ ଠାରୁ ମିଳିଥିବା ସୂଚନାରୁ ଜଣା ପଡ଼ିଛି।

Comments are closed.