ରବର ଫ୍ୟାକ୍ଟରିରୁ ଧରା ହେଲା ମହାବଳ ବାଘ

0

ବରେଲୀ:  ଉତ୍ତର ପ୍ରଦେଶର ବରେଲୀ ରେ ଥିବା ଏକ ରବର ଫ୍ୟାକ୍ଟରିରେ ପଶିଥିବା ମହାବାଳ ବାଘକୁ ଧରିବାରେ ଜଙ୍ଗଲ ବିଭାଗ ସଫଳ ହୋଇଛି ।  ବରେଲୀ ସହରଠାରୁ ୧୮ କିଲୋମିଟର ଦୂରରେ ଥିବା ଏହି ରବର ଫ୍ୟାକ୍ଟରିରରେ କିଛି ଦିନ ମହାବଳ ବାଘଟି ପଶି ଯାଇଥିଲା । ଏହାର ସୂଚନା ପାଇବାପରେ ଉତ୍ତର ପ୍ରଦେଶ ବନ ବିଭାଗ ଏହାକୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ମାତ୍ର  ରବର ଫ୍ୟାକ୍ଟରି ବ୍ୟବହାର କରାଯାଉ ନଥିବାରୁ ଓ ଏହାର ବିଶାଳ ପରିସର ଯୋଗୁଁ ଏହାକୁ ଧରିବା ଏକ ପ୍ରକାର ଅସମ୍ଭବ ଥିଲା । ବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଜନ୍ତା ବସା ଯାଇ ତା ଭିତରେ ଘୁଷରୀ ରଖାଯାଇଥିଲା । ମାତ୍ର ବାଘ ଜନ୍ତାରେ ପଡି ନଥିଲା । ପରେ ୧୮ଟି କ୍ୟାମେରା ଖଞ୍ଜା ଯାଇ ବାଘର ଗତି ବିଧି ଉପରେ ନଜର ରଖାଯାଇଥିଲା ।  ଏହି ଫ୍ୟାକ୍ଟରି ଭିତରେ ଅନେକ ହରିଣ ଥିବାରୁ ବାଘ ପାଇଁ ବଞ୍ଚିବାରେ କୌଣସି ଅସୁବିଧା ହୋଇ ନଥିଲା । ଶେଷରେ ଡବ୍ଲୁ ଡବ୍ଲୁ ଏଫ୍‌ର ସହାୟତାରେ ବନ ବିଭାଗ ଟ୍ରାଞ୍କୁଲାଇଜର୍‌  ଜରିଆରେ ବାଘକୁ ନିଶ୍ଚେତକ ଦେଇ ବେହୋସ କରିବାପରେ ଏହାକୁ ଧରିବାରେ ସଫଳ ହୋଇଛନ୍ତି ।

Leave A Reply