www.samajalive.in
Sunday, December 7, 2025
26.1 C
Bhubaneswar

କ୍ଷେତରେ କାମ କରୁଥିବା ସମୟରେ ଶ୍ରମିକଙ୍କୁ ଆକ୍ରମଣ କଲା ବାଘ

ଦମୋହ : ମଧ୍ୟପ୍ରଦେଶ ଅନ୍ତର୍ଗତ ଦମୋହ ଜିଲାର ପଥରିଆ ବିକାସଖଣ୍ଡ ଅନ୍ତର୍ଗତ ଦେବରାତ ଗ୍ରାମରେ ଚିତାବାଘ ଆତଙ୍କ ଦେଖାଦେଇଛି। ବାଘ ପାଇଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ରହିଥିବା ବେଳେ ଲୋକେ ନିଜ କାମ ପାଇଁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଏଠାରେ ଗତ ବୁଧବାର ସକାଳେ ଜଣେ ଶ୍ରମିକ ଉପରେ ଚିତାବାଘ ଆକ୍ରମଣ କରିଥିବା ନେଇ ଖବର ମିଳିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ଷେତରେ ଶ୍ରମିକ କାମ କରୁଥିବା ସମୟରେ ବାଘ ଆକ୍ରମଣ କରିଥିଲା। ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ବିଷୟରେ ଖବର ପାଇ ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପହଞ୍ଚିବା ପରେ ପୁଲିସ, ବନକର୍ମଚାରୀ,ଗ୍ରାମବାସୀ ବାଘକୁ ଧରିବା ପାଇଁ ପ୍ରୟାସ କରିବା ସମୟରେ ବାଘଟି ଜଣେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ସେହି ଭିଡିଓ ଭାଇରାଲ ହେଉଥିବା ଦେଖାଯାଉଛି। ବାଘଟିକୁ ଖୁବ ଶୀଘ୍ର ଧରାଯାଉ ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ବାଘଟି ପନ୍ନା ବ୍ୟାଘ୍ର ଅଭୟାରଣ୍ୟରୁ କିଭଳି ଆସିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ବାଘ କାରଣରୁ ଭୟର ବାତାବରଣ ସୃଷ୍ଟି ହେବା ସହ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ବନବିଭାଗ ବାଘକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories