www.samajalive.in
Sunday, December 7, 2025
26.1 C
Bhubaneswar

ବାଘ ମୁହଁରୁ ନିଜ ଛୁଆକୁ ଛଡାଇ ଆଣିଲା ମାଆ

ବହରାଇଚ : ମାଆର ମମତାର କୌଣସି ସୀମା ନାହିଁ। ନିଜ ଛୁଆକୁ ସୁରକ୍ଷା ଦେବାକୁ, ବିପଦରୁ ରକ୍ଷା କରିବାକୁ ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପଛାଏ ନାହିଁ। ଏଭଳି ହିଁ ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଥିବା ନେଇ ଖବର ମିଳିଛି। ବାଘ ପାଟିରୁ ଛୁଆକୁ ଟାଣି ଆଣିଛି ମାଆ। ଘରର ଅଗଣାରେ ୬ ବର୍ଷର ଏକ ଶିଶୁ ଖେଳୁଥିବା ସମୟରେ ଏକ ବାଘ ସେଠାକୁ ଆସି ପାଟିରେ ଧରିଥିଲା। ଝିଅକୁ ବଞ୍ଚାଇବାକୁ ଯାଇ ମାଆ ବାଘ ସହ ଲଢେଇ କରିଛନ୍ତି। ମହିଳା ଜଣଙ୍କ ଏକ ଠେଙ୍ଗାରେ ବାଘକୁ ବାରମ୍ବାର ପ୍ରହାର କରିବା ଫଳରେ ବାଘ ଆହତ ହେବା ସହ ସେଠାରେ ଛୁଆକୁ ଛାଡି ପଳାଇଛି। ବାଘ ଆକ୍ରମଣରେ ଶିଶୁଟର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି। ବାଘ ଆକ୍ରମଣରେ ଆହତ ଶିଶୁଟିକୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଚିକିତ୍ସା କରିବା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଶିଶୁର ଅବସ୍ଥା ଗୁରୁତର ରହିଥିଲା।
ସୂଚନା ଯୋଗ୍ୟ, ବହରାଇଚ ବନ ବିଭାଗର ନାନପାରା ରେଞ୍ଜ ଅଞ୍ଚଳରେ ଖେରୀଘାଟ ଥାନାର ଗିରଦା ଗାଁର ନିବାସୀ ଉକ୍ତ ଶିଶୁଙ୍କ ପରିବାର। ଶିଶୁ ଅଗଣାରେ ଖେଳୁଥିବା ସମୟରେ ତାଙ୍କ ମାଆ ଝାଡୁ କରୁଥିଲେ। ମାତ୍ର ହଠାତ ସେହି ସମୟରେ ଚିତାବାଘ ଅଗଣା ଭିତରକୁ ପଶି ଆସିଥିଲା। ଛୁଆଟିକୁ ନିଜ ପାଟିରେ ଧରି ନେଇ ପଳାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଶିଶୁଙ୍କ ମାଆ ବାଘ ସହ ଲଢେଇ କରି ନିଜ ଛୁଆକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଥିଲେ। ବନକର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories