ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କ୍ରେଡିଟ୍ କାର୍ଡର ଚାହିଦା । କ୍ରେଡିଟ୍ କାର୍ଡ ପ୍ରତି ଲୋକମାନେ ଆକୃଷ୍ଟ ହେଉଛନ୍ତି । ଆପଣ କ୍ରେଡିଟ୍ କାର୍ଡକୁ ନେଇ କିଛି ଅଜଣ କଥା ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିନିଅନ୍ତୁ କ୍ରେଡିଟ୍ କାର୍ଡ ବିଷୟରେ କିଛି ତଥ୍ୟ ।
ସୂଚନା ଯୋଗ୍ୟ କ୍ରେଡିଟ୍ କାର୍ଡ ଉପରେ ଆର୍ଥିକ ଶୁଳ୍କ ସାଧାରଣତଃ ବାର୍ଷିକ ୪୦%ରୁ ଅଧିକ ହୋଇଥାଏ । ପ୍ରାୟତଃ କ୍ରେଡିଟ୍ କାର୍ଡଧାରୀଙ୍କ ଧାରଣା ରହିଛି ଏଟିଏମ୍ ଓ କ୍ରେଡିଟ୍ କାର୍ଡର ବ୍ୟବହାର ଟଙ୍କା ଦେଣନେଣକୁ ନେଇ ଏକାପରି । ହେଲେ ଏହା ସମ୍ପୂର୍ଣ୍ଣ ଭୁଲ । କ୍ରେଡିଟ୍ କାର୍ଡରେ ଟଙ୍କା ଉଠାଇବା ଭୁଲ । ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରନ୍ତୁ । କାରଣ ଏଥିପାଇଁ ଆପଣଙ୍କୁ ଚାର୍ଜ ଲାଗିଥାଏ ।
ନିଜର ଖର୍ଚ୍ଚକୁ ଦେଖି କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ । ଆମାଜନ ପେ ଆଇସିଆଇସିଆଇ କ୍ରେଡିଟ କାର୍ଡ ହେଉଛି ଆଜୀବନ ମାଗଣା କାର୍ଡ । ହେଲେ ଅଧିକ ଖର୍ଚ୍ଚ ପାଇଁ ଏହି କାର୍ଡ ବିକଳ୍ପ ହୋଇନପାରେ । ପେଟ୍ରୋଲ ଏବଂ ଡିଜେଲ କିଣିବାବେଳେ ଇନ୍ଧନ କ୍ରେଡିଟ କାର୍ଡ ସହିତ ଦେୟ ଦେବା ଅଧିକ ଲାଭଦାୟକ ।
କ୍ରେଡିଟ୍ କାର୍ଡଧାରୀ ମାନେ ପ୍ରାୟତଃ ଭାବନ୍ତି କ୍ରେଡିଟ୍ କାର୍ଡ ମାଧ୍ୟମରେ କରାଯାଇଥିବା କିଛି କାରବାର ବିନା ସୁଧରେ ହୋଇଥାଏ । ପ୍ରକୃତରେ କ୍ରେଡିଟ୍ କାର୍ଡଗୁଡିକ ୪୫-୫୦ ଦିନର ବିନାସୁଧ ପ୍ରଦାନ କରିଥାଏ ।



