ନୂଆଦିଲ୍ଲୀ: ଆପଣଙ୍କ ଆଧାରକାର୍ଡରେ ରହିଛି କୈଣସି ତ୍ରୁଟି ? ଯଦି ଆପଣଙ୍କ ଆଧାରକାର୍ଡର୍ରେ ଠିକଣା, ମୋବାଇଲ ନମ୍ବର ଏବଂ ନାମ ଭୁଲ ରହିଥାଏ । ତେବେ ଆପଣ ଏହି ସବୁକୁ ଠିକ୍ କରିବପାରିବେ । ଉଭୟ ଅନଲାଇନ୍ ଓ ଅଫଲାଇନ୍ ମଧ୍ୟମରେ ହୋଇପାରିବ ଆପଣଙ୍କ ଆଧାର ଠିକ୍ । କେମିତି କରିବେ ଏହି ପ୍ରକ୍ରିୟା ଆସନ୍ତୁ ଜାଣିବା ।
ଆପଣ ଯଦି ଅନଲାଇନରେ ଆପଣଙ୍କ ଆଧାର ଠିକ୍ କରିବାକୁ ଚାହୁଁଛନ୍ତି । ତେବେ ଏହି ଉପାୟ ଜାଣିରଖନ୍ତୁ..
ନିଜର କମ୍ପୁଟରରେ sk.uidai.gov.in ଲଗଇନ୍ କରନ୍ତୁ । ପେଜ୍ ଖୋଲିବା ପରେ ସବିଶେଷ ତଥ୍ୟ ପୂରଣ କରନ୍ତୁ । ସବୁକିଛି ପୂରଣ କରିବା ପରେ ସେଣ୍ଡ ଓଟିପି ବଟନ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ । ପରେ ଆପଣ ଓଟିପି ଦେବା ପରେ ଆଉ ଏକ ନୂତନ ପୃଷ୍ଠା ଖୋଲିବ । ସେଠାରେ ଆପଣଙ୍କ ନୂତନ ବିକଳ୍ପ ଦେଖା ଦେବ ଯେଉଁଥିରେ ଆପଣଙ୍କ ତଥ୍ୟ ଆପଣ ଠିକ୍ କରିପାରିବେ । ଏହା ପରେ ଅନ୍ୟ ଏକ ପୃଷ୍ଠା ଖୋଲିବ ସେଠାରେ ଆପଣଙ୍କ ମୋବାଇଲ ନମ୍ବର ଦେବା ସହ ଦେଇଥିବା ସମସ୍ତ ତଥ୍ୟ ପୂରଣ କରିବେ । ପରେ ଆପଣ ସବୁକିଛି ନିଶ୍ଚିତ କରିବା ପୂର୍ବରୁ ଆଉ ଥରେ ଯାଞ୍ଚ କରିନେବେ । ଯାଞ୍ଚ କରିବା ପରେ ଆପଣ ନିଶ୍ଚିତ ବଟନକୁ କ୍ଲିକ କରିବେ । ବର୍ତ୍ତମାନ ଦେଖିବେ ଆପଣଙ୍କ ଆଧାର ଠିକ୍ ହୋଇଯାଇଥିବ ।
ଅଫଲାଇନ୍ ପ୍ରକ୍ରିୟା ଜାଣନ୍ତୁ..
ଆପଣଙ୍କୁ ଆଧାର ଠିକ୍ କରିବାକୁ ହେଲେ ଆପଣଙ୍କୁ ଆଧାର କେନ୍ଦ୍ରକୁ ଯିବାକୁ ହେବ । ସେଠାରେ ନିଜର ନାମକୁ ଯାଞ୍ଚ କରନ୍ତୁ । ଆଧାର ଅପଡେଟ୍ ଫର୍ମ ପୂରଣ କରିବା ପରେ ମୋବାଇଲ ନମ୍ବର ଦେବେ । ନମ୍ବର ଓ ସମସ୍ତ ତଥ୍ୟ ଫର୍ମ ମାଧ୍ୟମରେ ଦାଖଲ କରିବା ପରେ ସେଠାରେ ଥିବା ଉପସ୍ଥିତ ପ୍ରତିନିିଧିି ଆପଣଙ୍କ ଆଧାର ଠିକ୍ କରିବାରେ ସହାୟତା କରିବେ । ଏବଂ ଏଥି ପାଇଁ ଆପଣଙ୍କୁ ୨୫ ଟଙ୍କା ଦେୟ ଦେବାକୁ ହେବ ।



