www.samajalive.in
Saturday, December 6, 2025
15.1 C
Bhubaneswar

ରିଲିଜ୍‌ ହେଲା ‘ଶମଶେରା’ ଟିଜର; ଏହିଦିନ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ

ମୁମ୍ବଇ: ବଲିଉଡ଼ ଅଭିନେତା ରଣବୀର କପୁର, ସଞ୍ଜୟ ଦତ୍ତ ଓ ବାଣୀ କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶମଶେରା’ର ଟିଜର ରିଲିଜ୍‌ ହୋଇଯାଇଛି। ଏହାସହ ଫିଲ୍ମର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ୟୁଟ୍ୟୁବରେ ନିର୍ମାତା ଚଳଚ୍ଚିତ୍ରର ଟିଜର ରିଲିଜ୍‌ କରି ଫିଲ୍ମ ୨୨ ଜୁଲାଇରେ ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ଦେଇଛନ୍ତି।

ଟିଜର ଆରମ୍ଭ ହେଉଛି ସଞ୍ଜୟ ଦତ୍ତଙ୍କ କଣ୍ଠସ୍ବରରୁ। ତଳେ ବିଛା ଯାଇଥିବା ଅନେକ ସାରା ଖଡ଼୍‌ଗ ମଧ୍ୟରେ ତାଙ୍କୁ ଦେଖିବାକୁ ମଳିଛି। ଏହାପରେ ରଣବୀର କପୁର ଓ ବାଣୀ କପୁର ନଜର ଆସିଛନ୍ତି। ୟଶରାଜ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ବହନ କରିଛନ୍ତି କରଣ ମାଲହୋତ୍ରା। ଫିଲ୍ମର ଶୁଟିଂ ଶେଷ ହୋଇସାରିଛି ଓ ଏବେ ଏହାର ମୁକ୍ତିଲାଭ ପାଇଁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ହିନ୍ଦୀ ବ୍ୟତୀତ ତାମିଲ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories