ଭୁବନେଶ୍ୱର : ବାରଙ୍ଗରେ ଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁର ମଙ୍ଗଳବାର ଦିନ ୧୦ ଟା ୧୫ରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁଭ୍ରାଂଶୁ ଯକୃତଜନିତ ରୋଗରେ ପୀଡ଼ିତ ଥିବା କାରଣରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୀର୍ଘ ୧୪ ଦିନ ହେବ ମହାବଳ ଶୁଭ୍ରାଂଶୁ ଅସୁସ୍ଥ ଥିଲା। ସେ ହଠାତ ଶନିବାର ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲା। ଏହାପରଠୁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା। ଶୁଭ୍ରାଂଶୁର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନରେ ମୋଟ ୨୫ଟି ବାଘ ରହିଛନ୍ତି।
ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ
Popular Categories



