www.samajalive.in
Wednesday, December 10, 2025
16.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର ୮ ଜଣ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ଶେଷ ହୋଇଛି । ଏନେଇ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲା ପୋଲିସ । କୋର୍ଟଙ୍କ ଅର୍ଡର ମିଳିବା ପରେ ଅପରାହ୍ଣରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯାଇଛି ।

- Advertisement -

ସାର୍ଫ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ବିହାରର ଶିଶୁପାଳ ପାସୱାନ ଓ କୁନ୍ଦନ କୁମାର, ଷଡଯନ୍ତ୍ରକାରୀଙ୍କ ମୁଖ୍ୟ ସହଯୋଗୀ ଉମା ବିଷୋୟୀ, ଯୋଗୀ ରାଉତ, ସୀମାଞ୍ଚଳ ନାୟକ ଏବଂ ବିପିନ ସ୍ବାଇଁଙ୍କର ଟିଆଇ ପରେଡ୍ କରିବାକୁ ଅନୁମତି ଦେବାକୁ ମାମଲାର ତଦନ୍ତ ଅଧିକାରୀ ତଥା ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଏସଡିଜେଏମ କୋର୍ଟକୁ ଅନୁମତି ମାଗିଥିଲେ । କୋର୍ଟ ପକ୍ଷରୁ ଅନୁମତି ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଭିଯୁକ୍ତଙ୍କର ଟିଆଇ ପରେଡ୍ ହୋଇଛି ।

ଅଭିଯୁକ୍ତଙ୍କର ଟିଆଇ ପରେଡ୍ ସରିବା ପରେ ମାଜିଷ୍ଟ୍ରେଟ୍, ପୋଲିସ ଓ ସାକ୍ଷୀ ଜେଲରୁ ବାହାରିଛନ୍ତି । ପୀତବାସ ପଣ୍ଡା ହତ୍ୟା ମାମଲାରେ ମୋଟ୍ ୧୬ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଷଡ଼ଯନ୍ତ୍ରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କ ସମେତ ୧୬ ଜଣଙ୍କୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡ ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିବା ଏସପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories