www.samajalive.in
Sunday, December 7, 2025
14.1 C
Bhubaneswar

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ଧରତି ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ  ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ କିଲାକିଆ ଶେବାଶ୍ରମରେ ଶନିବାର ପିତାମାତା ସହଭାଗିତା କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାସୁଦେବ ପ୍ରଧାନ,ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମାଜିରା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ରାମକୃଷ୍ଣ ଚୌଧୁରୀ, ପ୍ରତାପ ଚନ୍ଦ୍ର ପାଢୀ, ପ୍ରଶନ୍ନ କୁମାର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ  ବିକାଶରେ ଶିକ୍ଷକଙ୍କ ସହ ପିତାମାତାଙ୍କ ସହଭାଗିତା ସମାନ ରହିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଦ୍ୟାଳୟ ପରିସରରେ ମାତାମାନଙ୍କୁ ନେଇ ଝୋଟି ପ୍ରତିଯୋଗିତା ମଧ୍ୟ ହୋଇଥିଲା।  କୃତି ଛାତ୍ରଛାତ୍ରୀ ଏବଂ ମାତାଙ୍କୁ ଅତିଥିମାନଙ୍କ ଦ୍ବାରା ପୁରଷ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବାଶ୍ରମର ଛାତ୍ରଛାତ୍ରୀଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ଥିବାବେଳେ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories