୭ଟି ଜିଲାରେ ବର୍ଷା ସମ୍ଭାବନା

0

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ବଜ୍ରପାତର ଆଶଙ୍କା କରାଯାଉଛି । ଗଞ୍ଜାମ, ଗଜପତି ମୟୁରଭଞ୍ଜ, ଖୋର୍ଦ୍ଧା, ନୟାଗଡ, ବାଲେଶ୍ବର ଓ କେନ୍ଦୁଝର ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ରୁ ୫୦ ବା ୬୦ କିମି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପଇଁ ସତର୍କ ସୂଚନା ଜାରି କରାଯାଇଛି ।

prayash

ଆଜି ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରି ସେଲସିୟସ୍ ଏବଂ ସୁନ୍ଦରଗଡରେ ୨୧.୦ ଡିଗ୍ରି ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

kalyan agarbati
Leave A Reply