ବଜ୍ରପାତରେ ମହିଳା ଗୁରୁତର , ଦୁଇ ଛେଳି ମୃତ

0

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମରେ ରବିବାର ସନ୍ଧ୍ୟାରେ ବଜ୍ରପାତରେ ଜଣେ ମହିଳା ଗୁରୁତର ହୋଇଥିବାବେଳେ ୨ଟି ଛେଳିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,  ଏହି ବଜ୍ରପାତରେ ଗ୍ରାମର ବଣୁ ନାଏକଙ୍କ ସ୍ତ୍ରୀ ଶକୁନ୍ତଳା ନାଏକ ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।   ଅନ୍ୟପକ୍ଷରେ ନିଳମଣୀ ନାଏକଙ୍କ ଦୁଇଟି ଛେଳିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଶକୁନ୍ତଳାଙ୍କ ଘର ସାମ୍ନାରେ ଥିବା ଏକ ନଡ଼ିଆ ଗଛରେ ବଜ୍ରପାତ ହେବା ସମୟରେ ଶକୁନ୍ତଳାଙ୍କୁ ମଧ୍ୟ ଆଘାତ ଲାଗିଥିଲା ।

Leave A Reply