www.samajalive.in
Tuesday, December 9, 2025
26.1 C
Bhubaneswar

ବିଲକୁ ଯାଇଥିବା ବେଳେ ବଜ୍ରାପାତ; ୨ ମୃତ, ୧ ଗୁରୁତର ଓ ୩ ଆହତ

ବାଙ୍କୀ: ମଙ୍ଗଳବାର ସକାଳେ ପ୍ରବଳ ବର୍ଷା ସହ ବଜ୍ରାପାତ ପ୍ରଭାବରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଆବସ୍ଥା ଗୁରୁତର ରହିଛି ଓ ୩ ଜଣ ଆହତ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ,  ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଗତିକୃଷ୍ଣ ପରିଡା, ରମେଶ ସାହୁ, ନୂତନ ମହାପାତ୍ର, କୃପାସିନ୍ଧୁ ରାଉତ, ଶତୃଘ୍ନ ମନ୍ତ୍ରୀ ଓ ତାଙ୍କ ପୁଅ ଶୁକାନ୍ତ ମନ୍ତ୍ରୀ ସକାଳେ ଦୁଲଣାପୁର-ସାହାଣିପାରି ପୋଲ ନିକଟକୁ ନିଜ କୋବି ବିଲରେ କାମ କରିବାକୁ ଯାଇଥିଲେ। ବର୍ଷା ହେବାରୁ କୃଷକ ମାନେ ସ୍ଥାନୀୟ ଓସ୍ତଗଛ ନିକଟକୁ ଆଶ୍ରୟ ପାଇଁ ଦୌଡି ଆସିଥିଲେ। ସେହିସମୟରେ ବଜ୍ରାପାତ ହେବାରୁ ସମସ୍ତେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ରମେଶ ସାହୁ(୪୫)ଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲା ବେଳେ ଅତି ଗୁରତର ଅବସ୍ଥାରେ ଗଗନ ପରିଡାଙ୍କ ପୁଅ ଗତିକୃଷ୍ଣ ପରିଡା(୩୫)ଙ୍କୁ ପରିବାର ଲୋକମାନେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ଗତିକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ସେହିପରି ଶତୃଘ୍ନ ମନ୍ତ୍ରୀ(୭୦)ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଶୁକାନ୍ତ ମନ୍ତ୍ରୀ(୩୦),କୃପାସିନ୍ଧୁ ରାଉତ(୪୮) ଓ ନୂତନ ମହାପାତ୍ର(୪୫) ବାଙ୍କୀ ମେଡିକାଲରେ ଚିକିତ୍ସାଧୀନ ଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ଖବର ପାଇ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଦୁଲଣାପୁର ସରପଞ୍ଚ ସୁନିଲ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ କୁବେର ଚୌଧୁରୀ, ପୂର୍ବତନ ସରପଞ୍ଚ ଗଦାଧର ରାଉତ ପ୍ରମୁଖ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଗୁରୁତରଙ୍କର ଚିକିତ୍ସା ପାଇଁ ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories