କବର ଦେବା ବେଳକୁ କଫିନରୁ ହସିକରି ବାହରିଲେ ମୃତ ବ୍ୟକ୍ତି – କବର ଦେଉଥିବା ଲୋକଙ୍କର ଏହି ଅବସ୍ଥା

ନୂଆଦିଲ୍ଲୀ – ମୃତ୍ୟୁ ପରେ ଅନେକ ଲୋକ ହଠାତ୍‌ ଜୀବିତ ହୋଇଯାଇ ଥାଆନ୍ତି । କେହି କେହି ଜୁଇରୁ ତ କେହି କବର ଭିତରୁ ବଞ୍ଚି ଉଠନ୍ତି । ଗତ କିଛି ଦିନ ତଳେ ଓଡିଶାର ବ୍ରହ୍ମପୁର ସହରର ଜଣେ ମୃତ ମହିଳା ଜୁଇ ଉପରୁ ବଞ୍ଚି ଉଠିଥିଲେ ।

ଏବେ ଆଉ ଜଣେ ମହିଳା ଠିକ୍‌ କବର ଦିଆଯିବା ପୂର୍ବରୁ କଫିନ୍‌ ଭିତରୁ ବଞ୍ଚି ଉଠିଛନ୍ତି । ଏହାକୁ ଲୋକ ଚମତ୍କାର ବୋଲି କହୁଛନ୍ତି । ଏସି ଡନବର ନାମକ ମହିଳାଙ୍କୁ ବାତ ମାରିଥିଲା । ଏହାପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କୁ କଫିନ୍‌ରେ ଭର୍ତ୍ତି କରାଯାଇ କବରସ୍ତାନକୁ ନିଆଯାଇଥିଲା। ଛଅ ଫୁଟର ଗାତ ବି ଖୋଳାଯାଇଥିଲା । ଠିକ୍‌ ଗାତରେ କବର ଦେବା ପୂର୍ବରୁ ତାଙ୍କର କିଛି ବନ୍ଧୁ ବାନ୍ଧବ ଆସିଥିଲେ । ଏସି ଡନବରଙ୍କ ଭଉଣୀ ଆସି ସେଠାରେ ପହଞ୍ଚି ଥିଲେ । ସେ ତାଙ୍କ ଭଉଣୀକୁ ଶେଷ ଦର୍ଶନ କରିବେ ବୋଲି କାକୁତି ମୀନତି ହୋଇଥିଲେ ।

ସମସ୍ତେ ବାଧ୍ୟ ହୋଇ କଫିନ୍‌ ଖୋଲିଥିଲେ । ଏତିକି ବେଳକୁ ଏସି ଡନବର ହସିବା ସହ ଉଠିକରି ବସିଥିଲେ । କଫିନ୍‌ ଭିତରେ ସେଠି ବସିବ ଦେଖି କିଛି ଲୋକ ଭୟରେ ବେହୋସ୍‌ ହୋଇଯାଇଥିଲେ । କବର ଖୋଳିଥିବା ତିନି ଜଣ ଶ୍ରମିକ ଏତେ ଭୟ ପାଇଯାଇଥିଲେ ସେମାନେ ଭୟରେ କବର ଗାତରେ ଖସି ପଡିଥିଲେ । ଏଥିରେ ଜଣଙ୍କର ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେଠାକୁ ଆସିଥିବା ଅନେକ ଲୋକ ଭୟରେ କବରିସ୍ଥାନର ଦୌଡି ପଳାଇଥିବା ଡେଲି ଷ୍ଟାର ନ୍ୟୁଜରେ ଖବର ପ୍ରକାଶିତ ହୋଇଛି ।

Comments are closed.