www.samajalive.in
Monday, December 15, 2025
24.1 C
Bhubaneswar

ଏହି କାରଣରୁ ଭଗବାନଙ୍କୁ ବିଶ୍ୱାସ କରୁ ନଥିବା ଚୀନ୍‌ର ଲୋକ ଏବେ ମନ୍ଦିର ମୁହାଁ – ମନ୍ଦିରମାନଙ୍କରେ ଲାଗୁଛି ଭିଡ

ବେଜିଂ – ଚୀନ୍‌ରେ କମ୍ୟୁନିଷ୍ଟ ଶାସନ । ସେଠାରେ ଅଧିକାଂଶ ଲୋକ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ଚୀନ୍‌ ବିଶ୍ୱର ଦ୍ୱିତୀୟ ବୃହତ୍ତ ଅର୍ଥନୀତି । ମାତ୍ର ଚୀନ୍‌ର ବିଭିନ୍ନ ମନ୍ଦିରରେ ଏବେ ଲୋକଙ୍କ ଭିଡ ଦେଖିବା ପାଇଁ ମିଳୁଛି । କୋଭିଡ୍‌ ଯୋଗୁଁ ଚୀନ୍‌ର ଅର୍ଥନୀତି ଦୁର୍ବଳ ହୋଇଛି । ଏବେ ବି ଚୀନ୍‌ରେ କୋଭିଡ୍‌ର ପ୍ରକୋପ ରହିଛି । ଏଥିପାଇଁ ସେଠାରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି । ଲୋକମାନେ ନିଜର ଆର୍ଥିକ ଅଭିବୃଦ୍ଧି ପାଇଁ ଏବେ ମନ୍ଦିରମାନଙ୍କରେ ପ୍ରାର୍ଥନା କରୁଛନ୍ତି ।

ସାରା ଦୁନିଆଁରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କ୍ରୟ ମଧ୍ୟ ହ୍ରାସ ପାଇଛି । ଏଥିପାଇଁ ଚୀନ୍‌ରୁ ରପ୍ତାନୀ ମଧ୍ୟ. କମିଛି । ଏବେ ଚୀନ୍‌ରେ ନୋ ସ୍କୁଲ୍‌ ଗୋଇଂ , ନୋ ହାର୍ଡ ଓ୍ୱାର୍କିଂ ଓନ୍‌ଲି ଇନସେନ୍ସ ବର୍ଣ୍ଣିଂ ଟ୍ରେଣ୍ଡ କରୁଛି ।

- Advertisement -

ଚୀନ୍‌ରେ ବେକାରୀ ବୃଦ୍ଧି ପଇଛି । ମନ୍ଦିର ଯାଉଥିବା ଲୋକଙ୍କ ସଂଖ୍ୟା ୫୩୦ ଗୁଣା ବୃଦ୍ଧି ପାଇଥିବା ଏବେ ଏକ ରିପୋର୍ଟରୁ ଜଣା ପଡିଛି । ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ସୁରକ୍ଷା ପାଇଁ ଚୀନ୍‌ର ଲୋକମାନେ ଏବେ ମନ୍ଦିର ଯାଇ ଧୂପକାଠି ଜାଳିବା ସହ ପ୍ରାର୍ଥନା କରୁଥିବା ଜଣା ପଡିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories