ପ୍ରଥମେ ଠାକୁରଙ୍କୁ ମୁଣ୍ଡିଆ ମାରିଲା, ପରେ ସବୁ ଚୋରି କରିନେଇଗଲା
ଭୋପାଳ : ମଧ୍ୟ ପ୍ରଦେଶର ରାଜଗଡ ଜିଲାର ମାଚଲପୁରରେ ଚୋରିର ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଏକ ଚୋର ଚୋରି କରିବା ପୂର୍ବରୁ ପେଟ୍ରୋଲ ପମ୍ପର ଅଫିସରେ ଥିବା ଭଗବାନଙ୍କ ମୂର୍ତ୍ତିକୁ ପ୍ରଣାମ କଲା । ଏହା ପରେ ଚୋରି କଲା । ଏହି ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି ।
ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଜିଲା ଓ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ସୋମବାର ରାତ୍ରି ସାଢେ ୧ଟା ସମୟରେ ମୁଖା ପିନ୍ଧା ଚୋର ମାଚଲପୁର ଜିରାପୁର ରୋଡ୍ ସ୍ଥିତ ଭାରତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲା । ପେଟ୍ରୋଲ ପମ୍ପ ଅଫିସରେ ପ୍ରବେଶ କରିବା ପରେ ତାକୁ ଭଗବାନଙ୍କ ମୂର୍ତ୍ତି ନଜର ଆସିଲା । ଏହା ପରେ ସେ ଭଗବାନଙ୍କୁ ପ୍ରଣାମ କରିବା ପରେ ଅଫିସରେ ଥିବା ସାମଗ୍ରୀର ଚୋରି କରିଥିଲା ।
ଏହା ପରେ ତାର ନଜର ସିସିଟିଭିରେ ପଡିଥିଲା । ଏହା ପରେ ସେ ତାର ଛିଣ୍ଡାଇ ଦେଲା ଏବଂ ପ୍ରାୟ ଦେଢ ଲକ୍ଷ ଟଙ୍କା ଚୋରି କରିନେଇଥିଲା । ମୁହଁରେ ରୁମାଲ ଓ ହାତରେ ଛୁରୀ ଧରିଥିବା ଏହି ଚୋରର ସନ୍ଧାନ ଜାରି ରଖିଛି ପୁଲିସ ।
Comments are closed.