ଓଡିଆ ଶ୍ରମିକ ବଖାଣିଲେ ଉତ୍ତରକାଶୀ ସୁଡଙ୍ଗ ଅଙ୍ଗେନିଭା କଥା – ଖାଦ୍ୟ ନଥିଲା, ପାଇପରେ ଯାଇଥିବା ମୁଢି ଖାଇ ବଞ୍ଚିଥିଲେ

ନବରଙ୍ଗପୁର : ବହୁ ଚର୍ଚ୍ଚିତ ଉତ୍ତରଖଣ୍ଡର ଉତ୍ତର କାଶୀ ସୁଡଙ୍ଗରେ ଦୀର୍ଘ ୧୭ ଦିନଧରି ଫଶି ରହି ଉଦ୍ଧାର ହୋଇଥିବା ଡାବୁଗାଁ ବ୍ଲକ ଅନ୍ତର୍ଗତ ତାଲବେଡା ଗ୍ରାମର ଭଗବାନ ଭତରା ଶନିବାର ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚିଛନ୍ତି । ଜିଲାଶ୍ରମ ଅଧିକାରୀ ତାଙ୍କୁ ଭୁବନେଶ୍ୱର ରୁ ଏକଗାଡ଼ିରେ ଆଣି ପହଞ୍ଚିଥିଲେ । ମିଶନଶକ୍ତି ହଲରେ ପହଂଚିବା ପରେ ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଭଗବାନ ସେ ସୁଡ଼ଙ୍ଗରେ ବିତାଇଥିବା ଲୋମହର୍ଷଣ ଘଟଣା ବର୍ଣ୍ଣନା କରିଥିଲେ ।

ସୁଡଙ୍ଗ ଭୁଶୁଡିବା ଜାଣିବାପପରେ ସମସ୍ତ ୪୧ ଜଣ ଶ୍ରମିକ ଭୟଭୀତ ହୋଇଥିଲେ । ବହୁତ ଦୁଃଖରେ ଥିଲେ ବଞ୍ଚିବା ଓ ମରିବ।ନେଇ ଆଶା ଓ ଆଶଙ୍କାରେ ଥିଲେ । ପ୍ରଥମ ଦିନ ପୁରା ଭୋକରେ ଥିଲେ । ରାତ୍ର ୨ ଟାରେ ପାଇପ ରେ ମୁଢି ପଠାଇଥିଲେ । ତାହା ଖାଇଥିଲେ । ସମସ୍ତ ଶ୍ରମିକ ଙ୍କର ସହିତ ସେ କେବଳ ମୁଢିଖାଇ ୧୦ ଦିନ ରହିଥିଲେ ବୋଲି କହିଥିଲେ । ତେବେ ସୁଡଙ୍ଗ ରେ ପାଣି ଓ ବିଦ୍ୟୁତ ଥିବାରୁ ତାଙ୍କର ବଞ୍ଚିବାର ଆଶା ଥିଲା । ନିଶ୍ଚିତ ଭାବେ ସୁଡଙ୍ଗ ରୁ ଉଦ୍ଧାର ପ।ଇବେ ବୋଲି ବିଶ୍ୱ।ସ ଥିଲା ବୋଲି କହିଛନ୍ତି । ତେବେ କେନ୍ଦ୍ର ସରକାର ଓ ଉତ୍ତରାଖଣ୍ଡ ରାଜ୍ୟ ସରକାର ଙ୍କର ବହୁ ଉଦ୍ୟମ କାରଣରୁ ସମସ୍ତ ଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିବ।ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡ଼ିଶ।ର ମୁଖ୍ୟମନ୍ତ୍ରୀ ଙ୍କର ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ସେ ଓଡିଶା ମାଟି ରେ ପହଂଚିବା ପରେ ଶାନ୍ତି ମିଳିଥିବା କହିଥିଲେ । ନବରଙ୍ଗପୁରରେ ପହଞ୍ଚିବାପରେ ବହୁତ ଖୁସି ଲାଗୁଛି ବୋଲି ପ୍ରକାଶ କରିଥିଲେ ।ଏହି ଅବସରରେ ଜିଲାପାଳ ଡ଼ଃ. ମିଶ୍ର ଭଗବାନ ଙ୍କର ଜୀବନରେ ଏଭଳି ଘଟଣା ଘଟିବା ଓ ସେ ସୁରକ୍ଷିତ ଉଦ୍ଧାର ହେବା ନେଇ ସ୍ୱାଗତ କରୁଥିବା କହିଥିଲେ । ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ସେ ଏଠାରେ ତାଙ୍କର ନିଜ ଜୀବିକା ଆରମ୍ଭ କରିବେ ।ତାଙ୍କର ଜୀବନ ର ଘଟଣା ତାଙ୍କୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଥିଲେ । ତାଙ୍କର ଉଜ୍ଵଳ କାମନା କରିଥିଲେ । ଜିଲାପ୍ରଶାସନ ତାଙ୍କୁସମସ୍ତ ଅ।ଵଶ୍ୟକ ସହଯୋଗ କରିବ ବୋଲି କହିଥିଲେ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ପରେ ଭଗବ।ନ ତାଙ୍କର ଗାଁ ତ।ଲବେଡ଼।ରେ ପହଂଚିବା ପରେ ଗ୍ରାମବାସୀ ମାନେ ତାଙ୍କୁ ଫୁଲ ମାଳ ଦେଇ ବାଜା ବଜାଇ ବାଣ ଫୁଟାଇ ସ୍ୱାଗତ କରିଥିଲେ । ଭଗବ।ନ ଙ୍କୁ ଦେଖି ତାଙ୍କର ପରିବାର ଲୋକ ଆତ୍ମହର।ହୋଇ ପଡି ଥିଲେ । ବିଧାୟକ ଶ୍ରୀ ରନ୍ଧାରୀ ଙ୍କର ସମେତ ବିଭିନ୍ନ ଦଳ ର ନେତୃମଣ୍ଡଳୀ ମଧ୍ୟ ଗାଁ କୁ ଯାଇ ପରିବାର ଲୋକ ଙ୍କର ସହିତ ମିଶି ଭଗବାନଙ୍କୁ ସ୍ୱାଗତ କରିଥିଲେ ।

Comments are closed.