ଭୁବନେଶ୍ୱର – ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବାହାଘର । ପରମ୍ପରା ଅନୁସାରେ ହଳଦୀ ପରମ୍ପରା ଶେଷ ହୋଇଛି । ଏଥିରେ ରାଜ୍ୟର ଅନେକ ବିଧାୟକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଭାଗ ନେଇଥିଲେ । ଏହି ବାହାଘରରେ ରାଷ୍ଟ୍ରପତି, ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ହଳଦୀ ଏବଂ ମେହେନ୍ଦୀର ଫଟୋକୁ ଭୁବନେଶ୍ୱରର ସାସଂଦ ଅପରାଜିତା ଷଡଙ୍ଗୀ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏଥିରେ ଓଡ଼ିଶାର ଅନେକ ନେତା ସାମିଲ ହୋଇଛନ୍ତି । ଅପାରଜିତା ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତା ।
ଶନିବାରରେ ଏହି ବାହାଘର ନୂଆଦିଲ୍ଲୀରେ ଆୟୋଜନ କରାଯିବ । ଦିଲ୍ଲୀର ଅଶୋକା ରାଜପଥରେ ଏହା ଆୟୋଜିତ ହେବ । ଭୁବନେଶ୍ୱରରେ ବି ବାହାଘର ଭୋଜି ଆୟୋଜନ କରାଯିବ । ଡିସେମ୍ବର ୧୪ ତାରିଖରେ ଭୁବନେଶ୍ୱରରେ ଆଉ ଏକ ବିବାହ ଭୋଜିର ଆୟୋଜନ କରାଯିବ ।
ଅପରାଜିତ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତା ଉଚ୍ଚି ଶିକ୍ଷିତା । ସେ ବ୍ରିଟେନ୍ର ଅକ୍ସୋଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ବିଜ୍ନେସ୍ ମ୍ୟାନେଜ୍ମେଣ୍ଟରେ ସେ ଶିକ୍ଷାଲାଭ କରିଛନ୍ତି । ସେ ସଚୀନ୍ ରାହାର୍ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ସଚୀନ୍ ଏବେ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟକରୁଛନ୍ତି । ରାଜସ୍ଥାନର ଝୁନ୍ଝୁନ୍ର ସଚୀନ୍ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ସେ ଏବେ ଆନ୍ଧ୍ରପ୍ରଦେଶ କ୍ୟାଡରରେ କାର୍ଯ୍ୟକରୁଛନ୍ତି ।



