www.samajalive.in
Saturday, December 6, 2025
16.1 C
Bhubaneswar

ଦକ୍ଷିଣଆଫ୍ରିକାରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ଜୋହାନ୍ସବର୍ଗ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରରେ ଜି-୨୦ଶୀଖର ସମ୍ମିଳନୀରେ ଯୋଗଦେବାକୁ ତିନି ଦିନ ପାଇଁ ଦକ୍ଷିଣ ଆଫ୍ରିକା   ଯାତ୍ରା କରିଛନ୍ତି। ମୋଦୀଙ୍କର ଏହା ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଗସ୍ତ। ଜି-୨୦ଶୀଖର ସମ୍ମିଳନୀରେ ଯୋଗଦେବାକୁ ଜୋହାନ୍ସବର୍ଗରେ ନରେଦ୍ର ମୋଦୀ ପହଞ୍ଚିଛନ୍ତି ।

। ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୨୦ତମ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ସେଠାରେ ସମାନତା ଏବଂ ସ୍ଥିରତା’ ବିଷୟବସ୍ତୁ ଉପରେ ଆଲୋଚନା ଆଧାରିତ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ବସବାସ କରୁଥିବା ଶ୍ୱେତାଙ୍ଗମାନଙ୍କୁ ନିର୍ଯାତନା କରାଯାଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ଜି୨୦ ସମ୍ମିଳନୀ କୁ ରାଷ୍ଟ୍ରପତି ଟ୍ରମ୍ପ ବର୍ଜନ କରିଛନ୍ତି ।

- Advertisement -

ଚୀନ୍ ରାଷ୍ଟପତି ସି ଜିନପିଙ୍ଗ ମଧ୍ୟ ସମ୍ମିଳନୀରେ ଯୋଗ ଦେଉନାହାଁନ୍ତି, । ମୋଦୀଙ୍କ ଗସ୍ତ ସମୟରେ ଦକ୍ଷିଣ ଆଫ୍ରିକାରେ ଭାରତର ସାଂସ୍କୃତିକ ପ୍ରଦର୍ଶନ କରାଯାଇଛି । ‘ସଂଯୁକ୍ତ ଭାରତର ତାଳ’ ପକ୍ଷରୁ ଏକ ଛୋ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭାରତର ୧୧ଟି ରାଜ୍ୟର ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ସମ୍ପ୍ରଦାୟ କିପରି ଏହାର ମୂଳ ସଂସ୍କୃତି ଓ ପରମ୍ପରା ସହ ଯୋଡି ହୋଇ ରହିଛନ୍ତି ବୋଲି ମୋଦୀ ତାଙ୍କର ଅଭିଭାଷଣରେ ପ୍ରକାଶ କରିଛନ୍ତି ।


ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୈତିକ ଅଭିବୃଦ୍ଧି, ଜଳବାୟୁ ସ୍ଥିରତା ଏବଂ କୃତ୍ରିମ ବୁଦ୍ଧିମତ୍ତା ଉପରେ ତିନୋଟି ଅଧିବେଶନରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ମନ୍ତ୍ରାଳୟର ଏକ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜି-୨୦ର ବୈଠକରେ ଭାରତର ଦୃଷ୍ଟିକୋଣ ରଖିବେ। ଶିଖର ସମ୍ମିଳନୀର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୋହାନ୍ସବର୍ଗରେ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ସେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ନେତାଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।

 

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories