www.samajalive.in
Monday, December 15, 2025
26.1 C
Bhubaneswar

ମେକ୍ସିକୋର ଫାତିମା ହେଲେ ୨୦୨୫ର ବ୍ରହ୍ମାଣ୍ଡ ସୁନ୍ଦରୀ

ବ୍ୟାଙ୍ଗକକ୍‌ – ମେକ୍ସିକୋର ଫାତିମା ବୋଶ୍‌ ୨୦୨୫ ବର୍ଷ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ସେ ହେଉଛନ୍ତି ଏହାର ୭୪ ତମ ବିଜୟିନୀ । ଥାଇଲାଣ୍ଡରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଥାଇଲାଣ୍ଡର ପ୍ରବୀଣା ସିଂ ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ଭେନେଜୁଆଲାର ଷ୍ଟେଫିନ୍‌ ଆବୋସିଲ୍‌ ଦ୍ୱିତୀୟ ରନର୍ସଅପ୍‌ ହୋଇଛନ୍ତି । ଭାରତରୁ ମନିକା ବିଶ୍ୱକର୍ମା ଏହି ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ବିଜେତା ଭାବରେ ଫାତିମାଙ୍କ ନାମ ଘୋଷଣା ହେବା ମାତ୍ରେ ଏହି ମେକ୍ସିକାନ୍ ସୁନ୍ଦରୀ କାନ୍ଦି ପକାଇଥିଲେ। ଏହି ଲୁହ ବର୍ଷ ବର୍ଷର କଠିନ ପରିଶ୍ରମ, ମାସ ମାସର ଧୈର୍ଯ୍ୟ ଏବଂ ଅପାର ଆନନ୍ଦର ମିଶ୍ରଣ ଥିଲା ବୋଲି ଫାତିମା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏ ପ୍ରତିଯୋଗିତାରେ ଫାତିମାନଙ୍କୁ ମହିଳା ମାନଙ୍କର ୨୦୨୫ ବର୍ଷରେ କଣ ଆହ୍ୱାନ ରହିଛି ବୋଲି ପ୍ରଶ୍ନ ପଚାରାଯାଇଥିଲା । ବିଶ୍ୱବ୍ୟାପୀ ସେ କିପରି ସୁରକ୍ଷା ସୃଷ୍ଟି କରିପାରିବେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ଜଣେ ମହିଳାଭାବେ ଅନ୍ୟମାନଙ୍କ ସେବା ପାଇଁ ସ୍ୱର ଓ ଶକ୍ତିକୁ ବ୍ୟବହାର କରିବି ବୋଲି ଫାତିମାନ ଉତ୍ତର ଦେଇଥିଲେ । ସେ ଏଠାକୁ ପରିବର୍ତ୍ତନର ସ୍ୱର ଭାବେ ଆସିଥିବା କଥା ପ୍ରକାଶ କରିଥିଲେ । ଯେଉଁମାନେ ସାହାସୀ ଭାବେ ଛିଡା ହୁଅନ୍ତି ସେମାନେ ଇତିହାସ ରଚନା କରନ୍ତି ।

- Advertisement -

ସୁନ୍ଦରୀ ପ୍ରତିଯୋଗିତା ସମୟରେ ଫାତିମାଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଖୁବ ସୁନ୍ଦର ଓ ସ୍ପଷ୍ଟ ଭାବେ ଦେଇଥି‌ଲେ ଫାତିମା। ପ୍ରଶ୍ନ ଦୁଇଟି ଥିଲା, ‘୨୦୨୫ ମସିହାରେ ଜଣେ ମହିଳା ହେବା ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି? ଏବଂ ବିଶ୍ୱବ୍ୟାପୀ ମହିଳାଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ସୃଷ୍ଟି କରିବା ପାଇଁ ମିସ୍ ୟୁନିଭର୍ସ ଉପାଧିକୁ କିପରି ବ୍ୟବହାର କରିବେ? ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ଫାତିମା ବୋଶ୍ କହିଥିଲେ, “ଜଣେ ମହିଳା ଏବଂ ମିସ୍ ୟୁନିଭର୍ସ ଭାବରେ, ମୁଁ ଅନ୍ୟମାନଙ୍କ ସେବା ପାଇଁ ମୋର ସ୍ୱର ଏବଂ ଶକ୍ତି ବ୍ୟବହାର କରିବି। କାରଣ ଆଜି ଆମେ ଏଠାରେ କହିବାକୁ, ପରିବର୍ତ୍ତନ ଆଣିବାକୁ ଆସିଛୁ। ଯେଉଁମାନେ ସାହସୀ ଭାବରେ ଠିଆ ହୁଅନ୍ତି ସେମାନେ ଇତିହାସ ରଚନ୍ତି।

ଭାରତର ମନିକା ବିଶ୍ୱକର୍ମା ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲ । ମାତ୍ର ପରବର୍ତ୍ତି ଶ୍ରେଷ୍ଠ ୧୨ ସୁନ୍ଦରୀଙ୍କ ମଧ୍ୟରେ ସେ ସ୍ଥାନ ପାଇ ପାରି ନଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories