www.samajalive.in
Monday, December 15, 2025
16.1 C
Bhubaneswar

ଡ଼ଃ ମହତାବ ଥିଲେ ଓଡ଼ିଆ ସ୍ୱାର୍ଥର ବିଚକ୍ଷଣ ନେତା – ଧର୍ମେନ୍ଦ୍ର ପ୍ରଧାନ

କଟକ – ଓଡ଼ିଶାର ମହାପୁରୁଷ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ ରାଜ୍ୟରୁ କେନ୍ଦ୍ର ସ୍ତର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନେତା ଭାବରେ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ । ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ସେ ଜଣେ ବିଚକ୍ଷଣ ନେତା ଥିଲେ ବୋଲି ଶୁକ୍ରବାର କଟକର ସାରଳା ଭବନରେ ଆୟୋଜିତ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ମହତାବ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ମହାନ ସୁଧାରକ, ମହାନ ବକ୍ତା, ପ୍ରଖ୍ୟାତ ରାଜନେତା, କବି, ଔପନ୍ୟାସିକ, ସ୍ତମ୍ଭକାର, ଇତିହାସକାର ଏବଂ ସାମ୍ବାଦିକ ମଧ୍ୟ । ଗୋଟିଏ ସମାଜ କିମ୍ବା ଜାତି ଦୟାରେ ଚାଲିପାରିବ ନାହିଁ । ଅଧିକାର ପାଇଁ ଚିତ୍କାର କଲେ ହେବନି । ଡଃ ମହତାବ ଏପରି ନେତୃତ୍ୱ ଥିଲେ, ଯେ ଓଡ଼ିଆ ସ୍ୱାର୍ଥକୁ ପୂରଣ କରୁଥିଲେ । ହୀରାକୁଦ ବନ୍ଧର ପରିକଳ୍ପନା ଦ୍ୱାରା ସେ ବନ୍ୟା ଜଳ ନିୟନ୍ତ୍ରଣ ସହ, ଜଳସେଚନ, ବିଦ୍ୟୁତ ଉତ୍ପାଦନ କରିବାର ମାର୍ଗ ପ୍ରଶସ୍ତ କରିଥିଲେ । ଏହିପରି ଭାବରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଶାସକ ବିରୋଧୀ ଆମ ପଡ଼ୋଶୀ ରାଜ୍ୟ ମାନଙ୍କରେ ଏକାଠି ହେଉଛନ୍ତି କିନ୍ତୁ ଆମ ରାଜ୍ୟରେ ଆମେ ଏକାଠି ହେଇ ପାରୁନାହାନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି ।
ସ୍ୱାଧୀନତା ପରେ ଡକ୍ଟର ମହତାବଙ୍କର ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି ଓଡ଼ିଶାର ରାଜନୈତିକ ଏକୀକରଣ । ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ମିଶି ୨୬ଟି ଗଡ଼ଜାତ ରାଜ୍ୟକୁ ଓଡ଼ିଶା ପ୍ରଦେଶରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ସବୁଠାରୁ ଉଲ୍ଲେଖନୀୟ କୃତି ହେଉଛି ଓଡ଼ିଶାର ଇତିହାସକୁ ବର୍ଣ୍ଣନା କରୁଥିବା ‘ଓଡ଼ିଶାର ଇତିହାସ’। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ କହିଥିଲେ ଯଦି ଆପଣ ଚାହୁଁଛନ୍ତି, ଆପଣଙ୍କ ମୃତ୍ୟୁ ପରେ ଆପଣଙ୍କ ନାମ ସ୍ମରଣ କରାଯାଉ ତେବେ ଲେଖିବା ଭଳି କିଛି କାମ କରନ୍ତୁ ନଚେତ୍ ପଢିବା ଭଳି କିଛି ଲେଖନ୍ତୁ ( । ମହତାବ ଏଭଳି କିଛି କାମ କରିଛନ୍ତି ଯାହାଙ୍କ ନାମରେ ଇତିହାସ ଲେଖାଯାଇଛି । ମହତାବ ଏପରି କିଛି ଲେଖିଛନ୍ତି, ଯାହା ଆମେ ଇତିହାସ ନାମରେ ଆମେ ପଢୁଛୁ, ଯେଉଁ ଇତିହାସ ଭବିଷ୍ୟତର ଆଇନା ଭାବେ କାମ କରୁଛି । ଅନେକ ନୀତି ନିର୍ଦ୍ଧାରକ ଏହାକୁ ଅନୁସରଣ କରୁଛନ୍ତି ।

- Advertisement -

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ସମାଜକୁ ପରିଚୟ କରାଇବା ପାଇଁ ସାହିତ୍ୟର ଆବଶ୍ୟକତା ଅଛି । ଏହିଭଳି ଭାବେ ଡକ୍ଟର ମହତାବ ନିଜର ଲେଖା ମାଧ୍ୟମରେ ସାମାଜିକ କଲ୍ୟାଣ ଚେତନାକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ । ସେ ଓଡ଼ିଆ ସାହିତ୍ୟକୁ ସବୁଠୁ ଅଧିକ ପ୍ରଭାବିତ କରିପାରୁଥିବା ବ୍ୟକ୍ତି ଥିଲେ । ପ୍ରଜାତନ୍ତ୍ର ଭଳି ଏକ ବଳିଷ୍ଠ ସମ୍ବାଦପତ୍ରକୁ ଜନ୍ମ ଦେଇ ସେ ଓଡ଼ିଆ ଗଣମାଧ୍ୟମକୁ ନୂଆ ପରିଚୟ ଦେଇଥିଲେ । ‘ମୀନା ବଜାର’ ଓ ‘ଗାଁ ମଜଲିସ୍’ ତାଙ୍କର ଅନ୍ୟତମ କୃତି । ୧୯୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିଥିଲା । ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ମଧୁସୂଦନ ଦାସଙ୍କ ଭଳି ଓଡ଼ିଆ ଲୋକଙ୍କ ମଧ୍ୟରେ ଭାଷା ଚେତନା କରାଇବା ଦିଗରେ ଡା. ମହତାବ ଥିଲେ ଅନ୍ୟତମ । ଗୋଟିଏ ଜାତିକୁ ଅପମାନରୁ ଅସ୍ମିତା ଆଡ଼କୁ ନେବାକୁ ଜଣେ ବାଗ୍ମୀ ଭାବେ କାର୍ଯ୍ୟ କରୁଥିଲେ ଡକ୍ଟର ମହତାବ । ଅହମ୍ମଦନଗର ଦୁର୍ଗ କାରାଗାରରେ ଥିବାବେଳେ ଓଡ଼ିଶା ଇତିହାସର ପ୍ରଶ୍ନରୁ ହିଁ ସେ ଓଡ଼ିଶା ଇତିହାସ ପୁସ୍ତକ ରଚନା କରିଥିଲେ ।

ବର୍ତ୍ତମାନ ସମୟରେ ଦେଶରେ ଲୌହପୁରୁଷ ତଥା ‘ଭାରତରତ୍ନ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ର ୧୫୦ ଗୌରବମୟ ବର୍ଷ ପାଳନ କରାଯାଉଛି । ଏହି ଗୀତ ଆମକୁ ସ୍ୱରାଜ୍ୟ ପାଇଁ ସଂଘର୍ଷ କରିବାକୁ ଶକ୍ତି ଦେଇଥିଲା । ଡଃ ମହତାବଙ୍କ ୧୨୫ତମ ଜୟନ୍ତୀ ସମାପନ ଉତ୍ସବ ଜାତୀୟ ସ୍ତରରେ ବ୍ୟାପକ କରିବା ପାଇଁ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଦଳ ମତ ନିର୍ବିଶେଷରେ ଓଡ଼ିଶାର ନବଜାତ ଶିଶୁ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯତ୍ନ ନେବା ଭଳି ୧୦ଟି ବିଷୟରେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

ପ୍ରକାଶ ଥାଉକି, କଟକ ଗସ୍ତ କାଳରେ ଶ୍ରୀ ପ୍ରଧାନ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ । ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ ।

 

 

 

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories