କଳିଙ୍ଗ ସାହିତ୍ୟ ମହୋତ୍ସବର ଦଶମ ସଂସ୍କରଣରେ କବିତା ପୁସ୍ତକ ‘ମୁଁ ଶୂନ କହୁଛି’ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମରେ ଚାଲିଥିବା ତିନିଦିନିଆ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦ୍‌ଘାଟନୀ ଦିବସରେ ପ୍ରଦୀପ ମହାପାତ୍ରଙ୍କ ଓଡିଆ କବିତା ସଂକଳନ ‘ମୁଁ ଶୂନ କହୁଛି’ର ଉନ୍ମୋଚନ କରାଯାଇଛି । ଏହି ପୁସ୍ତକକୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖକ ଦାସ ବେନହୁର ଓ ଓଡ଼ିଶାର ବିଶିଷ୍ଟ କବି, ଲେଖିକା ଓ ଶିକ୍ଷାବିତ୍‌ ଚିନ୍ମୟୀ ପଣ୍ଡା ‘ମଧୁବାବୁଙ୍କ ଓଡ଼ିଶା’ ଶୀର୍ଷକ ଅଧିବେଶନରେ ଉନ୍ମୋଚନ କରିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଓ ସାହିତ୍ୟ ପ୍ରେମୀମାନେ ଏକାଠି ହୋଇ କଳା, ସଂସ୍କୃତି ଓ ସାହିତ୍ୟର ଉତ୍ସବ ପାଳନ କରିଥିଲେ । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା ପ୍ରଦୀପ ବର୍ତମାନ ଆମେରିକାର ବିଭର୍ଟନ ସ୍ଥିତ ଇଂଟେଲରେ ସିଷ୍ଟମ ଇନେବଲମେଂଟ ଦଳର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

ପ୍ରଦୀପ ମହାପାତ୍ରଙ୍କ ମାର୍ମିକ କବିତା ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା, ଯେଉଁଥିରେ ତାଙ୍କ ଭାବପ୍ରବଣ ଆବେଗ ଓ ଗଭୀର ଜ୍ଞାନର ଝଲକ ଦେଖିବାକୁ ମିଳିଥିଲା ।ଏହି ପୁସ୍ତକ ପ୍ରକାଶନ ପରେ ପ୍ରଦୀପ ମହାପାତ୍ରଙ୍କ କୃତି ନିଶ୍ଚିତ ଭାବରେ ସାହିତ୍ୟ ଜଗତରେ ଏକ ଛାପ ଛାଡ଼ିଛି, ଯାହା ଏହାର ଗଭୀରତା ଏବଂ ଭାବପ୍ରବଣତା ଦ୍ୱାରା ପାଠକଙ୍କୁ ଆକର୍ଷିତକରିବ ।

Comments are closed.