ଟ୍ରକ ଧକ୍କାରେ ଜଣେ ମୃତ, ସରପଞ୍ଚ ଗୁରୁତର

ଠାକୁରମୁଣ୍ଡା :ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝରରୁ କେନ୍ଦୁଝର ଜିଲା ଘଟଗାଁ ତାରିଣୀ ଦର୍ଶନ ସାରି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ସୋମବାର ଦିନ ଘଷିପୁରା ନିକଟ ଶୈଲଙ୍ଗ ଠାରେ ଏକ ଡ଼ମ୍ଫର ଧକ୍କା ଦେବାରୁ ବାଇକ ରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମଞ୍ଚୟତ ଅନ୍ତର୍ଗତ କିରିକିଚିପାଳ ଗ୍ରାମର ନରହରି ଦାସ ହୋଈ ଥିବା ବେଳେ ଗୁରୁତର ଜଣକ ହେଲେ ଚମ୍ପାଝର ଗ୍ରାମପାୟତର ସରପଞ୍ଚ ବିକ୍ରମ ପିଙ୍ଗୁଆ ବୋଲି ଜଣାପଡିଛି।

prayash

ମିଳିଥିବା ସୂଚନା ଅନୁଯାୟୀ ସରପଞ୍ଚ ବିକ୍ରମ ପିଙ୍ଗୁଆ ଓ ନରହରି ବାଇକ ଯୋଗେ ଘାଟଗାଁ ଯାଇ ତାରିଣୀ ଦର୍ଶନ କରି ଠାକୁରମୁଣ୍ଡା ଫେରୁଥିବା ବେଳେ ଶୈଲଙ୍ଗ ନିକଟରେ ତାଙ୍କୁ ଏକ ଟ୍ରକ ନମ୍ବର ଧକ୍କା ଦେଇଥିଲା।ଘଟଣାସ୍ଥଳ ରୁ ବାଇକ ରେ ଥିବା ୨ଜଣକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ ମେଡ଼ିକାଲ ରେ ଭର୍ତ୍ତି ପରେ ଡାକ୍ତର ନରହରି ଙ୍କୁ ମୃତ ଘୋଷଣା କରିଥିଲେ।

ସରପଞ୍ଚ ଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତାଙ୍କର ଚିକିତ୍ସା ଜାରି ରହିଛି।ଘଷିପୁରା ଥାନା ପୋଲିସ ବାଇକ ଓ ଟ୍ରକ କୁ ଜବତ କରିଛି।ଦୁର୍ଘଟଣା ଘଟାଇ ଥିବା ଟ୍ରକ ର ଡ୍ରାଇଭର ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳ ର ଶରତ ଚନ୍ଦ୍ର ମୁଦୁଲି ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

kalyan agarbati

Comments are closed.